ପନ୍ତଙ୍କ ଗୋଡ଼ ଟାଣିଲେ ଚହଲ ଓ ରସିଦ

ପନ୍ତଙ୍କ ଗୋଡ଼ ଟାଣିଲେ ଚହଲ ଓ ରସିଦ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପ୍ରତିଭାବାନ ୱିକେଟ୍ ରକ୍ଷକ ଋଷବ ପନ୍ତଙ୍କ ‘କାର୍ଟୁନ୍’ ପ୍ରେମ କଥା ସମସ୍ତଙ୍କୁ ଜଣା। ଐତିହାସିକ ବ୍ରିସବେନ୍ ଟେଷ୍ଟ୍ ବିଜୟ ବେଳେ ୱିକେଟ୍ ପଛରେ ରହି ସେ ସ୍ପାଇଡରମ୍ୟାନ୍ ଗୀତ ଗାଇବା ମଧ୍ୟ ଏହାର ଏକ ଜ୍ବଳନ୍ତ ଉଦାହରଣ। ଆଉ ଏକ ପ୍ରସିଦ୍ଧ କାର୍ଟୁନ୍ ଚରିତ୍ର ଟମ୍ (ଟମ୍ ଆଣ୍ଡ ଜେରି ସିରିଜ୍) ମଧ୍ୟ ତାଙ୍କର ବହୁତ ପସନ୍ଦ ବୋଲି ପନ୍ତ ଟ୍ବିଟ୍ କରି ଜଣାଇଥିଲେ। ଟମ୍‌’ର ଚିତ୍ର ଥିବା ଏକ ଟି-ସାର୍ଟ ପିନ୍ଧି ଉଠାଇଥିବା ଏକ ଫଟୋ ପ୍ରକାଶ କରି ଏହି ପ୍ରସିଦ୍ଧ କାର୍ଟୁନ୍ ଚରିତ୍ରକୁ କେହି ଜାଣିଛ କି? ବୋଲି ପ୍ରଶ୍ନ କରିଥିଲେ। ଏହି ଫଟୋ ଦେଖି ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ତୁରନ୍ତ ନିଜ ପ୍ରତିକ୍ରିୟା‌ ରଖିଥିଲେ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଭଳି ଖେଳାଳିଙ୍କ ଗୋଡ଼ ଟାଣିବାକୁ ପଛାଉ ନଥିବା ଚହଲ ଲେଖିଥିଲେ ‘ଟମ୍ ନା ତୁମେ ଭାଇ’। ଆଫଗାନିସ୍ତାନ ସ୍ପିନର ରସିଦ ଖାନ୍ ମଧ୍ୟ ଚହଲଙ୍କ ସହ ଯୋଗ ଦେଇ ପନ୍ତଙ୍କୁ ଚିଡ଼ାଇଥିଲେ। ସେ ଲେଖିଥିଲେ ‘‘ମୁଁ ତୁମକୁ ଓ ଟମ୍‌କୁ ବହୁବାର ଦେଖିଛି’’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe