ବୁମ୍‌ରା ଓ ଅଶ୍ବିନ୍‌ଙ୍କୁ ଟପିବେ ଚହଲ୍‌

Advertisment
ବୁମ୍‌ରା ଓ ଅଶ୍ବିନ୍‌ଙ୍କୁ ଟପିବେ ଚହଲ୍‌

ନାଗପୁର: ବାଂଲାଦେଶ ବିପକ୍ଷ ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ଲେଗସ୍ପିନର୍ ୟୁଜବେନ୍ଦ୍ର ଚହଲଙ୍କ ପାଇଁ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିବାର ସୁଯୋଗ ରହିଛି। ସେ ଯଦି ଏହି ମ୍ୟାଚ୍‌ରେ ୪ ଵିକେଟ୍ ଅକ୍ତିଆର କରନ୍ତି, ତେବେ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ଙ୍କୁ ପଛରେ ପକାଇ ଭାରତର ସର୍ବାଧିକ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ଵିକେଟ୍ ହାସଲକାରି ବୋଲର ହେବେ। ଯଦି ସେ ୩ ଵିକେଟ୍ ଅକ୍ତିଆର କରନ୍ତି, ତେବେ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କୁ ଅତିକ୍ରମ କରିବେ ଏବଂ ଅଶ୍ବିନୀଙ୍କ ସମକକ୍ଷ ହେବେ। ସଂପ୍ରତି ଚହଲ ୩୩ ମ୍ୟାଚ୍‌ରୁ ୪୯ ଵିକେଟ୍ ନେଇଛନ୍ତି। ଅଶ୍ବିନୀ ୪୬ ମ୍ୟାଚ୍‌ରୁ ୫୨ ଏବଂ ବୁ୍‌ମରା ୪୨ ମ୍ୟାଚ୍‌ରୁ ୫୧ ଵିକେଟ ନେଇ ଭାରତୀୟ ବୋଲର ଭାବେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ ସ୍ତରରେ ଶ୍ରୀଲଙ୍କାର ଦ୍ରୁତ ବୋଲର ଲାସିଥ୍ ମାଲିଙ୍ଗା ୭୯ ମ୍ୟାଚ୍‌ରୁ ୧୦୬ ଵିକେଟ ସହ ଶୀର୍ଷରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe