ମାଳଦ୍ବୀପରେ ଛୁଟି କାଟିଲେ ଚହଲ-ଧନଶ୍ରୀ

Advertisment
ମାଳଦ୍ବୀପରେ ଛୁଟି କାଟିଲେ ଚହଲ-ଧନଶ୍ରୀ

Indian News Live

ନୂଆଦିଲ୍ଲୀ: ଏସୀୟ ଦେଶ ମାଳଦ୍ବୀପ ଏବେ ସେଲିବ୍ରିଟିଙ୍କ ଆକର୍ଷଣର କେନ୍ଦ୍ରରେ ରହିଛି। ନବ ବିବାହିତ କ୍ରିକେଟର୍‌ ୟୁଜବେନ୍ଦ୍ର ଚହଲ ଏବେ ତାଙ୍କ‌ କୋରିଓଗ୍ରାଫର୍‌ ପତ୍ନୀ ଧନଶ୍ରୀଙ୍କ ସହ ‌ମାଳଦ୍ବୀପରେ ଛୁଟି କାଟୁଛନ୍ତି। ଶନିବାର ୟୁଜବେନ୍ଦ୍ର ସାମାଜିକ ଗଣମାଧ୍ୟମରେ ଉଭୟଙ୍କ ଫଟୋ ଛାଡ଼ିବାରୁ ଏହା ପ୍ରଶଂସକଙ୍କ ମଧ୍ୟରେ ଭାଇରାଲ୍ ହୋଇଯାଇଛି। ୟୁଟ୍ୟୁବ୍‌ରେ ଧନଶ୍ରୀଙ୍କର ପ୍ରାୟ ୩.୧ ନିୟୁତ ଅନୁଗାମି ରହିଛନ୍ତି। ନିକଟରେ ୟୁଜବେନ୍ଦ୍ର ଚହଲ ଏବଂ ଧନଶ୍ରୀଙ୍କ ମିଳିତ ନୃତ୍ୟ ମଧ୍ୟ ଚର୍ଚ୍ଚିତ ହୋଇଥିଲା। ଧନଶ୍ରୀ ନାଚିପାରିବେ ବୋଲି ସମସ୍ତେ ଜାଣିଥିଲେ ମଧ୍ୟ ତାଙ୍କ ସହ ତାଳ ଦେଇ ଚହଲ ବି ନାଚିପାରନ୍ତି ବୋଲି ଦେଖାଇ ଦେଇଥିଲେ। ସୂଚନାଯୋଗ୍ୟ, ୟୁଜବେନ୍ଦ୍ର ଭାରତୀୟ ଟି-୨୦ ଦଳରେ ସାମିଲ ଥିବାରୁ ମାର୍ଚ୍ଚ ୧୨ ତାରିଖରୁ ଖେଳାଯିବାକୁ ଥିବା ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ଶୃଙ୍ଖଳାରେ ଅଂଶଗ୍ରହଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe