ଚହଲ ସର୍ବାଧିକ ୱିକେଟ୍‌ ହାସଲକାରୀ, ପର୍ପଲ କ୍ୟାପ୍‌ ଦୌଡ଼ରେ ଆଗୁଆ

Advertisment
ଚହଲ ସର୍ବାଧିକ ୱିକେଟ୍‌ ହାସଲକାରୀ, ପର୍ପଲ କ୍ୟାପ୍‌ ଦୌଡ଼ରେ ଆଗୁଆ

Mid-Day

କୋଲକାତା: ଆଇପିଏଲ୍‌ ଇତିହାସରେ ରାଜସ୍ଥାନ ରୟାଲ୍ସ ସ୍ପିନର ୟୁଝବେନ୍ଦ୍ର ଚହଲ ସର୍ବାଧିକ ୱିକେଟ୍‌ ହାସଲକାରୀ ହୋଇଛନ୍ତି। ଚହଲ ୧୪୩ ତମ ମ୍ୟାଚ୍‌ରୁ ୧୮୭ ୱିକେଟ୍‌ ନେଇ ଏହି ତାଲିକାରେ ଡ୍ବେନ ବ୍ରାଭୋଙ୍କୁ ପଛରେ ପକାଇଛନ୍ତି। ଗୁରୁବାର କେକେଆର୍‌ ବିପକ୍ଷ ମ୍ୟାଚ୍‌ରେ ନୀତୀଶ ରାଣାଙ୍କୁ ଆଉଟ୍‌ କରିବା ପରେ ଚହଲ ଏହି ମାଇଲ୍‌ଖୁଣ୍ଟ ପାର୍‌ କରିଥିଲା ବେଳେ ମ୍ୟାଚ୍‌ରେ ସେ ପୂରା କୋଟାରୁ ୨୫ ରନ୍‌ ବ୍ୟୟ କରି ୪ ୱିକେଟ୍‌ ଅକ୍ତିଆର କରିଛନ୍ତି।

ନୀତୀଶଙ୍କ ବ୍ୟତୀତ, ଭେଙ୍କଟେଶ ଆୟର, ରିଙ୍କୁ ସିଂହ ଓ ଶର୍ଦ୍ଦୁଳ ଠାକୁରଙ୍କୁ ଆଉଟ୍‌ କରି ଚହଲ କେକେଆର୍‌ ମଧ୍ୟକ୍ରମ ଭାଙ୍ଗିବାରେ ସଫଳ ହୋଇଥିଲେ। ଗତ ସଂସ୍କରଣରେ ପର୍ପଲ କ୍ୟାପ୍‌ ହାସଲ କରିଥିବା ଚହଲ ଚଳିତ ସଂସ୍କରଣରେ ମଧ୍ୟ ଏହି ଦୌଡ଼ରେ ୨୧ ୱିକେଟ୍‌ ସହ ଆଗକୁ ଆସିଯାଇଛନ୍ତି। ତାଙ୍କ ପଛକୁ ମହମ୍ମଦ ସାମି, ରସିଦ ଖାନ୍‌ ଓ ତୁଷାର ଦେଶପାଣ୍ଡେ ୧୯ ୱିକେଟ୍‌ ଲେଖାଏଁ ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe