ଚେସ୍ ଖେଳିଲେ ଚହଲ

Advertisment
ଚେସ୍ ଖେଳିଲେ ଚହଲ

ମୁମ୍ବାଇ : କ୍ରିକେଟ୍ ପଡ଼ିଆରେ କମାଲ କରିବା ପୂର୍ବରୁ ହରିୟାଣା ହିରୋ ୟୁଝବେନ୍ଦ୍ର ଚହଲ ଜଣେ ଜାତୀୟ ସ୍ତରୀୟ ଚେସ୍ ଖେଳାଳି ଥିଲେ। ଚତୁର ଚାଲରେ ବଡ଼ ବଡ଼ ଖେଳାଳିଙ୍କୁ ଚେକ୍ ମେଟ୍ କରି ଦେଉଥିଲେ। ଆଇପିଏଲ୍ ବେଳେ ଚହଲ ତାଙ୍କର ସେହି ପୁରୁଣା ଦକ୍ଷତାର ଆଉ ଏକ ଝଲକ ଦେଖାଇଛନ୍ତି।

ଏକାଥରକେ ନିଜ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳର ତିନି ଜଣ ସାଥୀ ଖେଳାଳି ଏବି ଡି’ଭିଲିୟର୍ସ, ମହମ୍ମଦ ସିରାଜ ଓ ୱାସିଂଟନ୍ ସୁନ୍ଦରଙ୍କ ସହ ଚେସ୍ ଖେଳିଥିଲେ ସେ। ତିନି ଜଣଙ୍କୁ ପାଣି ପିଆଇ ଦେଇଥିଲେ ମଧ୍ୟ। ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଚହଲ ଏହି ନିଆରା ଚେସ୍ ଚ୍ୟାଲେଞ୍ଜ୍‌ର ଫଟୋ ପ୍ରକାଶ କରି ପ୍ରଶଂସାର ପାତ୍ର ହୋଇଥିଲେ। ଚହଲ ସେମାନଙ୍କୁ ଘାଇଲା କରି ଦେଇଥିବା ଡି’ଭିଲିୟର୍ସ ବି ଟ୍ବିଟ୍ କରି ସ୍ବୀକାର କରିଥିଲେ। ୩୦ ବର୍ଷୀୟ ଚହଲ ୧୯୯୭ରୁ ୨୦୦୩ ପର୍ଯ୍ୟନ୍ତ ଚେସ୍ ଖେଳୁଥିଲେ। ଏପରିକି ଅନ୍ତର୍ଜାତୀୟ ଯୁବ ଚେସ୍ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ବ କରିଥିଲେ। ସେ ମଧ୍ୟ ୧୧ ବର୍ଷରୁ କମ୍ ଜାତୀୟ ପ୍ରତିଯୋଗିତା ଜିତିଥିଲେ। ଏହା ପରେ କ୍ରିକେଟ୍ ଖେଳିବା ଆରମ୍ଭ କରି ଖୁବକମ୍ ଦିନ ଭିତରେ ଭାରତୀୟ ଦଳରେ ସ୍ଥାନ ପାଇଥିଲେ। କ୍ରିକେଟ୍ ପଡ଼ିଆରେ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ସ୍ପିନ୍ ଜାଲରେ ଫସାଇବାରେ ଚେସ୍ ଖେଳିବା ଅଭିଜ୍ଞତା ତାଙ୍କୁ ବହୁତ ସହାୟ ହୁଏ ବୋଲି ଚହଲ ପୂର୍ବରୁ ଅନେକ ଥର କହି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe