ରୋହିତଙ୍କୁ ଟ୍ରୋଲ୍‌ କଲେ ଚହଲ

ରୋହିତଙ୍କୁ ଟ୍ରୋଲ୍‌ କଲେ ଚହଲ

Times Now

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ତିନି ତାରକା ରୋହିତ ଶର୍ମା, ବିରାଟ କୋହଲି ଏବଂ ୟୁଜବେନ୍ଦ୍ର ଚହଲ ଫୁଟ୍‌ବଲର୍‌ ଜଣେ ଜଣେ ବଡ଼ ପ୍ରଶଂସକ ଭାବେ ପରିଚିତ। ଏହାକୁ ନେଇ କିନ୍ତୁ ଶନିବାର ରୋହିତ ଶର୍ମାଙ୍କୁ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍ କରିଛନ୍ତି ଚହଲ। ଶୁକ୍ରବାର ରିୟଲ୍ ମାଡ୍ରିଡ୍ ୩୪ତମ ଥର ପାଇଁ ଲା-ଲିଗା ଟ୍ରଫି ବିଜୟକୁ ନିଶ୍ଚିତ କରିଥିଲା। ଏଥିପାଇଁ ରିୟଲ୍ ମାଡ୍ରିଡ୍‌ର ଆମ୍ବାସାଡର ଥିବା ରୋହିତ ଶର୍ମା ଖୁସିରେ ଦଳର ଏକ ଫ‌ଟୋକୁ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଛାଡ଼ି ଅଭିନନ୍ଦନ ଜଣାଇଥିଲେ। ଚହଲ କିନ୍ତୁ ମଜାଳିଆ ପୋଷ୍ଟ୍ କରି ଚର୍ଚାକୁ ଆସିଥିଲେ। ଚହଲ୍ ଲେଖିଥିଲେ, ‘ଏହି ହସର ଅସଲ କାରଣ ହେଉଛି ଆଜି ଘରେ କାମ କରିବାକୁ ପଡ଼ିବନି,‌‌ ଝାଡ଼ୁ ନୁହେଁ କି ପୋଛାପୋଛି ନୁହେଁ’। ସୂଚନାଯୋଗ୍ୟ, କରିମ ବେ‌‌ଞ୍ଜେମାଙ୍କ ଯୁଗଳ ଗୋଲ୍‌ ବଳରେ ରିୟଲ୍ ମାଡ୍ରିଡ ଶୁକ୍ରବାର ଭିଲାରିଅଲକୁ ହରାଇ ଦେବାରୁ ୭ ପଏଣ୍ଟ ଆଗୁଆ ରହି ଲା-ଲିଗା ଟଫି ବିଜୟକୁ ନିଶ୍ଚିତ କରିଥିଲା। ଅନ୍ୟପକ୍ଷରେ ଦ୍ବିତୀୟ ସ୍ଥାନରେ ଥିବା ବାର୍ସିଲୋନା‌କୁ ଓସାସୁନା ୨-୧ରେ ହରାଇ ‌ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe