ଚହଲଙ୍କ ଇନ୍‌‌ଷ୍ଟାଗ୍ରାମ୍‌ରେ ମଜାଳିଆ ମନ୍ତବ୍ୟ: ସାକ୍ଷୀଙ୍କୁ ପଚାରିଲେ ଭାଉଜ, ମାହି ଭାଇ କେଉଁଠି

Advertisment
ଚହଲଙ୍କ ଇନ୍‌‌ଷ୍ଟାଗ୍ରାମ୍‌ରେ ମଜାଳିଆ ମନ୍ତବ୍ୟ: ସାକ୍ଷୀଙ୍କୁ ପଚାରିଲେ ଭାଉଜ, ମାହି ଭାଇ କେଉଁଠି

TOI

ନୂଆଦିଲ୍ଲୀ: ସଂପ୍ରତି ଚାଲିଥିବା ଲକ୍‌ଡାଉନ୍‌‌ ବେଳେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ପୂରା ସକ୍ରିୟ। ସେ ମଜାଳିଆ ପୋ‌ଷ୍ଟ କରିବା ସହ ‌ଅନ୍ୟର ପୋଷ୍ଟ ଉପରେ ମଧ୍ୟ ମଜାଳିଆ ମନ୍ତବ୍ୟ ରଖି ପ୍ରଶଂସକମାନଙ୍କୁ ମନୋରଂଜନର ଖୋରାକ ଯୋଗାଉଛନ୍ତି। ରବିବାର ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପତ୍ନୀ ସାକ୍ଷୀ ‌ଧୋନି ଚେନ୍ନାଇ ସୁପର୍‌ କିଙ୍ଗସର ଏକ ଇନ୍‌ଷ୍ଟାଗ୍ରାମ୍ ଲାଇଭ୍‌‌ ଚାଟ୍‌ରେ ରୁଫା ରମାନୀଙ୍କ ସହ କଥା ହେଉଥିଲେ।

ଏହି ସମୟରେ ୟୁଜବେନ୍ଦ୍ର ଏଥିରେ ହସ୍ତ‌କ୍ଷେପ କରି ଲଗାତାର ଭାବେ ପୂର୍ବତନ ଅଧିନାୟକ ଧୋନିଙ୍କ ପାଇଁ ସ୍ନେହର ବାର୍ତ୍ତା ପଠାଇବାରେ ଲାଗିଥିଲେ। ସେ ମନ୍ତବ୍ୟ ସ୍ଥାନରେ ‘ଥାଲା, ଆଉ ଥରେ,’ ‘ମାହି ମାହି...’ ଏବଂ ସିଏସ୍‌କେ ସହ ଆବେଗ=ମାହି ଭାଇ (ଥାଲା)’ ଏହି ଲେଖି ଚାଲିଥିଲେ। ‌ମନ୍ତବ୍ୟ ସ୍ଥାନରେ ସେ ‘ହେଲୋ ଭାଉଜ, ମାହି ଭାଇ କୁଆଡ଼େ ଗଲେ’ ‌‌ବୋଲି ସାକ୍ଷୀଙ୍କୁ ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ସୂଚନାଯୋଗ୍ୟ ‌ଯେ ଏହି ଚାଟ୍‌ରେ ଧୋନିଙ୍କ ଅବସର ଗୁଜବ ଖବର ଉପରୁ ପରଦା ଉଠାଇଥିଲେ ସାକ୍ଷୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe