ଅନୁଷ୍କାଙ୍କୁ ଚହଲଙ୍କ ଅନୁରୋଧ: ‘ଓପନିଂ ପାଇଁ ମୋ ନା ସୁପାରିସ କର ଭାଉଜ’

Advertisment
ଅନୁଷ୍କାଙ୍କୁ ଚହଲଙ୍କ ଅନୁରୋଧ: ‘ଓପନିଂ ପାଇଁ ମୋ ନା ସୁପାରିସ କର ଭାଉଜ’

3 days ago Times Now

ନୂଆଦିଲ୍ଲୀ: ନିକଟରେ ପ୍ରକାଶ କରିଥିବା ଏକ ଭିଡିଓରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ତାଙ୍କୁ କ୍ରିକେଟ୍ ପଡ଼ିଆର ବାସ୍ତବିକ ଅଭିଜ୍ଞତା ଦେବାକୁ ଚେଷ୍ଟା କରିଥିଲେ। ଦୀର୍ଘ ଦିନ ହେବ କ୍ରିକେଟ୍ ପଡ଼ିଆରୁ ଦୂରେଇ ରହିଥିବାରୁ ଦର୍ଶକ କିଭଳି ତାଙ୍କୁ ଚୌକା, ଛକା ମାରିବାକୁ ଅନୁରୋଧ କରନ୍ତି, ସେ ଅଭିନୟ କରି ଦେଖାଇଥିଲେ ଅନୁଷ୍କା। ଭିଡିଓରେ 'ହେ‌ କୋହଲି ଚୌକା ମାରନା' ବୋଲି ଅନୁଷ୍କା କହୁଥିବା ଦେଖିବାକୁ ମିଳିଥିଲା। ଅନୁଷ୍କା ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଥିବା ଏହି ଭିଡିଓର ପ୍ରତିକ୍ରିୟା ରଖିଛନ୍ତି ସ୍ପିନର ଯୁଜବେନ୍ଦ୍ର ଚହଲ। କୋହଲିଙ୍କ ନିକଟରେ ତାଙ୍କ ନାଁ ଓପନିଂ ପାଇଁ ସୁପାରିସ କରିବାକୁ ଅନୁଷ୍କାଙ୍କୁ ଚହଲ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଭାଉଜ, ଆର ଥର ଚହଲକୁ ଓପନିଂ କରାଅ ବୋଲି କହିବ। ହୁଏତ ସେ ତୁମ କଥା ଶୁଣିପାରନ୍ତି! ୨୬ ବର୍ଷୀୟ ଚହଲଙ୍କ ସହ ଲକ୍ଷ ଲକ୍ଷ ପ୍ରଶଂସକ ମଧ୍ୟ ଅନୁଷ୍କାଙ୍କ ସେହି ଭିଡିଓରେ ନିଜ ନିଜ ମତ ରଖିଛନ୍ତି।

publive-image

କିଛିଦିନ ପୂର୍ବରୁ ଗୃହାବଦ୍ଧରେ ଥିଲାବେଳେ ପତି ବିରାଟ କୋହଲି ଓ ପୋଷା କୁକୁର ସହ ଉଠାଇଥିବା ଏକ ଆକର୍ଷଣୀୟ ଫଟୋକୁ ଅନୁଷ୍କା ଶର୍ମା  ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ପ୍ରକାଶ କରିଥିଲେ। କଠିନ ସମୟରେ ପରିବାର ସହ ସମୟ କଟାଇବାର ମହତ୍ବ ଓ ଏକାନ୍ତବାସରେ ପାଇଥିବା ଉଚିତ ଶିକ୍ଷାକୁ ନେଇ ସେ ମଧ୍ୟ ଏକ ସାରମର୍ମକ ଲେଖା ଏହି ଫଟୋ ତଳେ ଲେଖିଥିଲେ। ଫଟୋଟିରେ ବିରାଟ ଓ ଅନୁଷ୍କା ଚଟାଣରେ ଶୋଇ ପୋଷା କୁକୁର ସହ ଖେଳୁଥିବା ଦେଖିବାକୁ ମିଳିଥିଲେ। ଅନୁଷ୍କା ଏହି ପୋଷ୍ଟରେ ଲେଖିଥିଲେ, ପ୍ରତ୍ୟେକ କଳା ବାଦଲ ଭିତରେ କିଛି ନା କିଛି ସକାରାତ୍ମକ କଥା ଲୁଚି ରହିଥାଏ। ସାଂପ୍ରତିକ ସମୟ ଯଦିବା ଆମ ପାଇଁ ଅନେକ ଆହ୍ବାନ ‌ନେଇ ଆସିଛି, ଅନେକ କଥା; ଯାହା ବିଷୟରେ ଆମେ କେବେ ଭାବୁ ନଥିଲେ ବରଂ ଏହାଠାରୁ ଦୂରେଇ ଯାଉଥିଲେ, ‌ସେ ସବୁ କରିବାକୁ ସମୟ ଆମକୁ ବାଧ୍ୟ କରିଛି। ଏହା ଏକ ଭଲ କଥା ବୋଲି ମୁଁ ଭାବୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe