ଭାରତ-ଏ ଦଳରେ ଚହର ଓ ଈଶାନ ସାମିଲ

Advertisment
ଭାରତ-ଏ ଦଳରେ ଚହର ଓ ଈଶାନ ସାମିଲ

times of india

ନୂଆଦିଲ୍ଲୀ: ଦୀପକ ଚହର ଏବଂ ଈଶାନ କିଶନ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତ-ଏ ଦଳରେ ସାମିଲ ହୋଇଛନ୍ତି। ଭାରତୀୟ ଟି-୨୦ ଦଳ ସହ ଏହି ଦୁଇ ଜଣ ଏବେ କୋଲ୍‌କାତାରେ ରହିଥିବାରୁ ରବିବାର ନ୍ୟୁଜିଲାଣ୍ଡ୍‌ ବିପକ୍ଷ ତୃତୀୟ ମ୍ୟାଚ୍‌ ଶେଷ ହେବା ପରେ ବ୍ଲୋଏମ୍‌ଫୋଣ୍ଟିନ୍‌ ଯାତ୍ରା କରି ଦକ୍ଷିଣ ଆଫ୍ରିକାରେ ଦଳ ସହ ଯୋଗଦେବେ।

ଏହା ପୂର୍ବରୁ ପ୍ରିୟଙ୍କ ପାଞ୍ଚଲଙ୍କ ନେତୃତ୍ବରେ ଭାରତୀୟ ଦଳ ୩ଟି ଚାରି ଦିନିଆ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବା ପାଇଁ ବ୍ଲୋଏମ୍‌ଫୋଣ୍ଟିନ୍‌ରେ ଦୁଇ ଦିନ ତଳେ ପହଞ୍ଚିସାରିଛି। ବିଳମ୍ବରେ ସାମିଲ ହୋଇଥିବା ହନୁମା ବିହାରୀ ମଧ୍ୟ ଯାତ୍ରା କରିଛନ୍ତି। ତେବେ ଆସନ୍ତା ୨୪ ତାରିଖରେ ଉଭୟ ଚହର ଓ ଈଶାନ ମୁମ୍ବାଇରେ ଏକାଠି ହୋଇ ସେଠାରୁ ଦକ୍ଷିଣ ଆଫ୍ରିକା ଯିବେ। ଏହାର ଦିନକ ପରେ ଶାର୍ଦୁଲ ଠାକୁର ମଧ୍ୟ ଦଳ ସହ ‌ସେଠାରେ ଯୋଗଦେବାର ସମ୍ଭାବନା ରହିଛି। ଭାରତ-ଏ ଦଳର ପ୍ରଥମ ମ୍ୟାଚ୍‌ ବ୍ଲୋଏମ୍‌ଫୋଣ୍ଟିନରେ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ। ଦ୍ବିତୀୟ ଓ ତୃତୀୟ ମ୍ୟାଚ୍‌ ଯଥାକ୍ରମେ ନଭେମ୍ବର ୨୯ ଏବଂ ଡିସେମ୍ବର ୬ ତାରିଖରୁ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe