ଚମକିଲେ ବାବରଙ୍କ ବଦଳ ଖେଳାଳି

ପ୍ରଥମ ଟେଷ୍ଟ୍‌ରେ ଇଂଲଣ୍ଡଠାରୁ ଅପ୍ରତ୍ୟାଶିତ ତଥା ଲଜ୍ଜାଜନକ ପରାଜୟ ବରଣ କରିଥିବା ପାକିସ୍ତାନ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ଦିନରେ ଅପେକ୍ଷାକୃତ ଭଲ ବ୍ୟାଟିଂ କରିଛି। ବି‌‌ଶେଷ କରି ତାରକା ଖେଳାଳି ବାବର ଆଜମଙ୍କ ସ୍ଥାନ ନେଇଥିବା ୨୯ ବର୍ଷୀୟ କାମରନ ଗୁଲାମ ଶତକୀୟ (୧୧୮) ପାଳି ଖେଳି ତାଙ୍କ ଅନୁପସ୍ଥିତିକୁ...

sfshfshfhf

ମୁଲତାନ: ପ୍ରଥମ ଟେଷ୍ଟ୍‌ରେ ଇଂଲଣ୍ଡଠାରୁ ଅପ୍ରତ୍ୟାଶିତ ତଥା ଲଜ୍ଜାଜନକ ପରାଜୟ ବରଣ କରିଥିବା ପାକିସ୍ତାନ ଦ୍ବିତୀୟ ଟେଷ୍ଟ୍‌ର ପ୍ରଥମ ଦିନରେ ଅପେକ୍ଷାକୃତ ଭଲ ବ୍ୟାଟିଂ କରିଛି। ବି‌‌ଶେଷ କରି ତାରକା ଖେଳାଳି ବାବର ଆଜମଙ୍କ ସ୍ଥାନ ନେଇଥିବା ୨୯ ବର୍ଷୀୟ କାମରନ ଗୁଲାମ ଶତକୀୟ (୧୧୮) ପାଳି ଖେଳି ତାଙ୍କ ଅନୁପସ୍ଥିତିକୁ ଅନୁଭବ ହେବାକୁ ଦେଇ ନାହାନ୍ତି। ସେ ମଧ୍ୟ ଟେଷ୍ଟ୍‌ ପଦାର୍ପଣରେ ଶତକ ଅର୍ଜନ କରିବାରେ ଅବିଦ ଅଲ୍ଲୀ (୩୨ ବର୍ଷ)ଙ୍କ ପରେ ପାକିସ୍ତାନର ଦ୍ବିତୀୟ ବୟୋଜ୍ୟେଷ୍ଠ ଖେଳାଳି ହୋଇଛନ୍ତି। ସେହିଭଳି ଚତୁର୍ଥ ସ୍ଥାନରେ ବ୍ୟାଟିଂ କରି ସଲିମ ମଲିକ (୧୯୮୨ ବନାମ ଶ୍ରୀଲଙ୍କା)ଙ୍କ ପରେ ପଦାର୍ପଣରେ ଶତକ ଅର୍ଜନ କରିବାରେ ଦ୍ବିତୀୟ ପାକିସ୍ତାନୀ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। କାମରନଙ୍କ ସଫଳତା ପରେ କିନ୍ତୁ ଗତ ଦୁଇ ବର୍ଷ ହେବ ଅର୍ଦ୍ଧଶତକ ବି ଛୁଇଁ ନଥିବା ବାବର ଭୀଷଣ ଟ୍ରୋଲ୍‌ର ଶିକାର ହୋଇଛନ୍ତି। ଅନେକ ପାକିସ୍ତାନୀ ପ୍ରଶଂସକ ତାଙ୍କୁ ‘ଗଲି କ୍ରିକେଟର୍’ କହି ଚିଡ଼ାଇଛନ୍ତି। 

ପ୍ରଥମ ପାଳିରେ ୫୦୦ରୁ ଅଧିକ କରିବା ସତ୍ତ୍ବେ ପ୍ରଥମ ଟେଷ୍ଟ୍‌ରେ ‌ଶୋଚନୀୟ ପାଳି ପରାଜୟ ବରଣ କରିଥିବା ପାକିସ୍ତାନ ତାର ତିନି ପ୍ରମୁଖ ଖେଳାଳି ବାବର ଆଜମ, ସାହିନ ସାହ ଆଫ୍ରିଦି ଓ ନସୀମ ସାହଙ୍କୁ ବାଦ୍ ଦେଇ ଏହି ମ୍ୟାଚ୍‌ ଖେଳୁଛି। ଟସ୍ ଜିତି ବ୍ୟାଟିଂ କରିବା ପରେ ଘରୋଇ ଦଳ ମଙ୍ଗଳବାର ଷ୍ଟମ୍ପ୍ସ ବେଳକୁ ୫ ୱିକେଟ୍ ବିନିମୟରେ ୨୫୯ ରନ୍ କରି ସମ୍ମାନଜନକ ସ୍ଥିତିରେ ରହିଛି। ପଞ୍ଚମ ଟେଷ୍ଟ୍ ଖେଳୁଥିବା ଯୁବ ଓପନର ସୈମ ଆୟୁବ (୭୭) ପ୍ରଭାବଶାଳୀ ବ୍ୟାଟିଂ କରି ସମସ୍ତଙ୍କ ମନ ଜିତି ନେଇଛନ୍ତି। ତେବେ ଅନ୍ୟତମ ଓପନର ଅବଦୁଲ୍ଲା ସଫିକ (୭), ଅଧିନାୟକ ସାନ୍ ମସୁଦ (୩), ମଧ୍ୟକ୍ରମ ବ୍ୟାଟର୍ ସୌଦ ସକିଲ (୪) ବିଫଳ ହେବା ଘରୋଇ ଦଳକୁ ବାଧିଛି। ପ୍ରଥମ ଦିନ ଖେଳ ବନ୍ଦ ବେଳକୁ ୱିକେଟ୍‌ରକ୍ଷକ ମହମ୍ମଦ ରିଜୱାନ୍ ୩୭ ଏବଂ ସ୍ପିନର୍ ସଲମାନ ଆଗା ୫ ରନ୍ କରି ଅପରାଜିତ ରହିଛନ୍ତି। ଇଂଲଣ୍ଡର ସଫଳତମ ବୋଲର ଭାବେ ଜ୍ୟାକ୍ ଲିଚ୍ ୯୨ ରନ୍ ବିନିମୟରେ ୨ ୱିକେଟ୍ କରାୟତ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe