ବିଶ୍ୱକପ୍‌: ୧୯୮୭ ଚାମ୍ପିଅନ୍‌ ଅଧିନାୟକ ଆଲାନ୍‌ ବୋର୍ଡର କହିଲେ ଏହି ୩ ଜଣ ଶ୍ରେଷ୍ଠ ଅଧିନାୟକ

Advertisment
ବିଶ୍ୱକପ୍‌: ୧୯୮୭ ଚାମ୍ପିଅନ୍‌ ଅଧିନାୟକ ଆଲାନ୍‌ ବୋର୍ଡର କହିଲେ ଏହି ୩ ଜଣ ଶ୍ରେଷ୍ଠ ଅଧିନାୟକ

Zee News

ମେଲବର୍ଣ୍ଣ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି)ରେ ଅଂଶଗ୍ରହଣ କରିଥିବା କେଉଁ ଦଳ ଶ୍ରେଷ୍ଠ, ଏହାରି ଉପରେ ତର୍କ-ବିତର୍କ ଚାଲିଛି। ଏହି ପ୍ରଶ୍ନର ଉତ୍ତରରେ ୧୯୮୭ରେ ଅଷ୍ଟ୍ରେଲିଆକୁ ବିଶ୍ୱ ଚାମ୍ପିଅନ୍‌ କରିଥିବା ଅଧିନାୟକ ଆଲାନ ବୋର୍ଡର ମଧ୍ୟ ଚର୍ଚ୍ଚାରେ ସାମିଲ ହୋଇଛନ୍ତି। ଅଷ୍ଟ୍ରେଲିଆର ଏହି ପୂର୍ବତନ କ୍ରିକେଟର ଆଶା କରିଛନ୍ତି ଯେ, ଆଇସିସି ଦିନିକିଆ ବିଶ୍ୱକପ୍‌ରେ ବିରାଟ କୋହଲି, ଇୟୋନ ମୋର୍ଗାନ ଓ ଆରୋନ ଫିଂଚ ସର୍ବଶ୍ରେଷ୍ଠ ଅଧିନାୟକ।

ଆଲାନ୍‌ ବୋର୍ଡର ୧୯୮୭ରେ ଭାରତ ଏବଂ ପାକିସ୍ତାନରେ ହୋଇଥିବା ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆକୁ ଚାମ୍ପିଅନ କରିଥିଲେ। ସେହି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ବେର୍ଡର ଏହି ୩ ଜଣ ଅଧିନାୟକଙ୍କ ଉପରେ କହିଛନ୍ତି ଆକ୍ରମଣାତ୍ମକ ଶୈଳୀ ଏବଂ ତୁରନ୍ତ ଜବାବ ଦେଇ ପାରନ୍ତି। ବିରୋଧୀ ଟିମ୍‌କୁ ସବୁବେଳେ ଚାପରେ ରଖିବାକୁ ଉଦ୍ୟମ ଜାରି ରଖିଥାନ୍ତି। ସେ କହିଛନ୍ତି ବିରୋଧୀ ଖେଳାଳିଙ୍କୁ ଜଣାଥାଏ ଯେ, ଯଦି ସେମାନେ ଏହି ୩ ଜଣ ଅଧିନାୟକଙ୍କ ସମ୍ମୁଖରେ ଅଛନ୍ତି, ତା’ ହେଲେ ତାଙ୍କୁ ଯଥାଶୀଘ୍ର ଜାବାବ ମିଳିଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe