ନିଜ ଦଳକୁ ଛାଡ଼ି ଭାରତର ପ୍ରଶଂସା କଲେ ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳି ମାଇକେଲ କ୍ଲାର୍କ

ଚାମ୍ପିଅନ୍ସ ଟ୍ରଫି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏପର୍ଯ୍ୟନ୍ତ ତିନୋଟି ଦଳ ସେମିଫାଇନାଲରେ ପହଞ୍ଚିସାରିଛନ୍ତି। ଭାରତ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଦଳ ସେମିଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛନ୍ତି। ଆଜି ଚତୁର୍ଥ ଦଳ କିଏ ହେବ, ତାହା ଜଣାପଡ଼ିବ।

tmichaelclarke

ମୁମ୍ବାଇ: ଚାମ୍ପିଅନ୍ସ ଟ୍ରଫି ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏପର୍ଯ୍ୟନ୍ତ ତିନୋଟି ଦଳ ସେମିଫାଇନାଲରେ ପହଞ୍ଚିସାରିଛନ୍ତି। ଭାରତ, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଦଳ ସେମିଫାଇନାଲରେ ପହଞ୍ଚିବାରେ ସଫଳ ହୋଇଛନ୍ତି। ଆଜି ଚତୁର୍ଥ ଦଳ କିଏ ହେବ, ତାହା ଜଣାପଡ଼ିବ। ତେବେ ଦକ୍ଷିଣ ଆଫ୍ରିକା ଦଳ ସେମିଫାଇନାଲରେ ପହଞ୍ଚିବା ପାଇଁ ଚତୁର୍ଥ ଦଳ ହେବ ବୋଲି ଆଶା କରାଯାଉଛି। ଏମଧ୍ୟରେ ପୁଣିଥରେ ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ମାଇକେଲ କ୍ଲାର୍କ ୨୦୨୫ ଚାମ୍ପିଅନ୍ସ ଟ୍ରଫିର ବିଜେତା ବିଷୟରେ ଭବିଷ୍ୟବାଣୀ କରିଛନ୍ତି। ମାଇକେଲ କ୍ଲାର୍କ ବିୟଣ୍ଡ୨୩ କ୍ରିକେଟ୍ ପୋଡକାଷ୍ଟରେ ସାକ୍ଷାତକାର ଦେବା ସମୟରେ ଏହି ଭବିଷ୍ୟବାଣୀ କରିଥିଲେ। ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ ନିଶ୍ଚିତ ଯେ ଏଥର ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିବ।

ସାକ୍ଷାତକାରରେ ସେ କହିଥିଲେ ଯେ, "ମୁଁ ଭାବୁଛି ଅଷ୍ଟ୍ରେଲିଆ ଫାଇନାଲରେ (ଚାମ୍ପିଅନ୍ସ ଟ୍ରଫି) ରହିବ ଏବଂ ଭାରତ ବିପକ୍ଷରେ ଖେଳିବ। ମୁଁ ଚାହୁଁଛି ଅଷ୍ଟ୍ରେଲିଆ ଜିତୁ। କିନ୍ତୁ ମୁଁ ପ୍ରକୃତରେ ଭାବୁଛି ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିବ। ସେମାନେ ବର୍ତ୍ତମାନ ବିଶ୍ୱର ସର୍ବୋତ୍ତମ ଏବଂ ନମ୍ବର ୧ ଦିନିକିଆ ଦଳ। ମୁଁ ଭାବୁଛି ଫାଇନାଲରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ମୁକାବିଲା ହେବ, ଏବଂ ଭାରତ ଗୋଟିଏ ରନରେ ଜିତିବ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe