କିଏ ଜିତିବ ଚାମ୍ପିଅନ୍ସ ଟ୍ରଫି? ଉତ୍ତରରେ ଏହି ଦଳର ନାମ ନେଲେ ଶୋଏବ

୨୦୨୫ରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ବିଜେତା ଦଳକୁ ନେଇ ପାକିସ୍ତାନର ଦ୍ରୁତ ବୋଲର ଶୋଏବ ଅଖତର ଭବିଷ୍ୟବାଣୀ କରିଛନ୍ତି। ଆସନ୍ତା ବର୍ଷ ଫେବ୍ରୁଆରିରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବ |

00

ଇସଲାମାବାଦ: ବିଶ୍ୱର ଦ୍ରୁତତମ ବୋଲର ଭାବରେ ଖ୍ୟାତି ଅର୍ଜନ କରିଥିବା ଶୋଏବ ଅଖତର ଚାମ୍ପିଅନ୍ସ ଟ୍ରଫି-୨୦୨୫ରେ କେଉଁ ଦଳ ବିଜୟୀ ହେବ ସେ ନେଇ ଭବିଷ୍ୟବାଣୀ କରିଛନ୍ତି। ଅଖତର ଏଥର କାହାକୁ ଚାମ୍ପିଅନ୍ସ ଟ୍ରଫିର ବିଜେତା ଭାବରେ ଦେଖିବାକୁ ଚାହୁଁଛନ୍ତି, ତାହା ଜଣାଇଛନ୍ତି। ୨୦୧୭ପରେ ପ୍ରଥମ ଥର ପାଇଁ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେଉଛି | ୨୦୧୭ରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପାକିସ୍ତାନ ଭାରତକୁ ପରାସ୍ତ କରି ଟାଇଟଲ ଜିତିଥିଲା। ବର୍ତ୍ତମାନ ୨୦୨୫ରେ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବାକୁ ଯାଉଛି | ଏହାକୁ ନଜରରେ ରଖି ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ଭବିଷ୍ୟବାଣୀ କରିଛନ୍ତି ଯେ, ୨୦୨୫ରେ ବି ପାକିସ୍ତାନ ଜିତିବ। ପାକିସ୍ତାନକୁ ଜିତିବାକୁ ହେବ।

ପାକିସ୍ତାନୀ ୟୁଟ୍ୟୁବର୍ ନିକସ ଖାନଙ୍କ ପୋଡକାଷ୍ଟକୁ ଯାଇ ଅଖତର କହିଛନ୍ତି, "ମୁଁ ପାକିସ୍ତାନକୁ ବିଜେତା ବୋଲି ଭାବି ନେଇଛି ଏବଂ ଦଳ ବର୍ତ୍ତମାନ ଯେମିତି ହେଲେ ବି ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିବା ଉଚିତ। ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜନ ହେବା ବିଷୟ ଉପରେ ଅନେକ ବିବାଦ ହୋଇସାରିଛି। ଭାରତ ଆମ ଦେଶକୁ ଆସିବାକୁ ରାଜି ନହେବାରୁ ଶେଷରେ ହାଇବ୍ରିଡ ମଡେଲରେ ମ୍ୟାଚ୍ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ପାକିସ୍ତାନକୁ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତି ଦେଖାଇ ଦେବାକୁ ହେବ ଯେ, ପାକିସ୍ତାନ ବିଶ୍ୱ କ୍ରିକେଟରେ କେଉଁଠାରେ ରହିଛି। ମୁଁ ଭବିଷ୍ୟବାଣୀ କରୁଛି ଯେ, ପାକିସ୍ତାନ ଜିତିବ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe