ଦୁବାଇ: ୨୫ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ୨୦୦୦ ମସିହା ପରେ ୨୦୨୫ରେ ଭାରତ ଓ ନ୍ୟୁଜିଲାଣ୍ଡ ରବିବାର ଦ୍ବିତୀୟଥର ଲାଗି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ୍ରେ ମୁହାଁମୁହିଁ ହେବାକୁ ଯାଉଛନ୍ତି।
ଚଳିତ ଥର ଭାରତ ଅପରାଜେୟ ରହି ଫାଇନାଲ୍ ଯାଇଛି। ନ୍ୟୁଜିଲାଣ୍ଡ କିନ୍ତୁ ଭାରତ ଛଡ଼ା ଅନ୍ୟ ସବୁ ଦଳ ବିପକ୍ଷ ମ୍ୟାଚ୍ ଜିତିଛି। ଏଣୁ ରବିବାର ମୁକାବିଲାକୁ ନେଇ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି।
ଏହି ମୁକାବିଲା ପୂର୍ବରୁ ଭାରତର ଷ୍ଟାର ଓପନର ଥିବା ସୁନୀଲ ଗାଭାସ୍କର ଅଧିନାୟକଙ୍କୁ ଗୁରୁମନ୍ତ୍ର ଦେଇ କିଛି ତ୍ରୁଟିକୁ ସୁଧାରିବା ପାଇଁ ପରାମର୍ଶ ଦେଇଛନ୍ତି।
ଗାଭାସ୍କର କହିଛନ୍ତି, ‘ଭାରତ ଟୁର୍ଣ୍ଣାମେଣ୍ଟରେ ଖୁବ ସୁନ୍ଦର ପ୍ରଦର୍ଶନ କରି ଚାରିଟି ମ୍ୟାଚ ସହଜରେ ଜିତି ଯାଇଛି। କିନ୍ତୁ ରୋହିତ ଶର୍ମାଙ୍କ ଫର୍ମରେ କିଛି ତ୍ରୁଟି ରହି ଯାଉଛି।
ମୁଁ ଚାହୁଁଛି ନୂଆ ବଲ ସହିତ ପ୍ରଥମ ୧୦ ଓଭରରେ ଉକେଟ ନେବା ଉଚିତ। ମଝାମଝି ଓଭରରେ ଆମକୁ ଉକେଟ ନେବାର ନାହିଁ। ଟିମରେ ଚାରିଜଣ ସ୍ପିନର ରହିବା ଉଚିତ। ତେଣୁ ଅନୁଭବ କଲି ଖେଳ ସମୟରେ ଏସବୁ କିଛି ଛୋଟଛୋଟ ତ୍ରୁଟି ରହୁଛି। ତେଣୁ ଏସବୁ ତ୍ରୁଟିକୁ ଧ୍ୟାନରେ ରଖି ପଡ଼ିଆକୁ ଓହ୍ଲାଇଲେ ନିଶ୍ଚୟ ବିଜୟ ଆମ ହାତକୁ ଆସିବ।
Follow Us