ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ୍ ମଡେଲ୍‌ ଅନୁମୋଦିତ

Advertisment

ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଧମକ ବି କାମ କରିନି। ଶେଷରେ ଚାମ୍ପିଅନ୍ସ ଟ୍ରଫିକୁ ହାଇବ୍ରିଡ୍ ମଡେଲ୍‌ରେ ଖେଳାଯିବା ପ୍ରସ୍ତାବକୁ ଆଇସିସି ଅନୁମୋଦନ କରିଦେଇଛି।

ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଧମକ ବି କାମ କରିନି। ଶେଷରେ ଚାମ୍ପିଅନ୍ସ ଟ୍ରଫିକୁ ହାଇବ୍ରିଡ୍ ମଡେଲ୍‌ରେ ଖେଳାଯିବା ପ୍ରସ୍ତାବକୁ ଆଇସିସି ଅନୁମୋଦନ କରିଦେଇଛି।

icc chamoion trophy

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅବସାନ ଘଟିଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡର ଧମକ ବି କାମ କରିନି। ଶେଷରେ ଚାମ୍ପିଅନ୍ସ ଟ୍ରଫିକୁ ହାଇବ୍ରିଡ୍ ମଡେଲ୍‌ରେ ଖେଳାଯିବା ପ୍ରସ୍ତାବକୁ ଆଇସିସି ଅନୁମୋଦନ କରିଦେଇଛି। ଅର୍ଥାତ୍ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ ଏବଂ ନିଜର ମ୍ୟାଚ୍‌ଗୁଡ଼ିକୁ ଦୁବାଇରେ ଖେଳିବ ବୋଲି ଚୂଡ଼ାନ୍ତ ହୋଇଛି। ସୂଚନାଯୋଗ୍ୟ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫‌ ଫେବ୍ରୁଆରି ମାସରେ ଖେଳାଯିବ। ଭାରତୀୟ ଦଳ ପାକିସ୍ତାନ ଗସ୍ତ ନକରିବା ଫଳରେ ପିସିବିକୁ ବି କୌଣସି କ୍ଷତିପୂରଣ ଦିଆଯିବ ନାହିଁ ବୋଲି ଆଇସିସି ସ୍ପଷ୍ଟ କରିଛି। କିନ୍ତୁ ୨୦୨୬ରେ ଭାରତରେ ଖେଳାଯିବାକୁ ଥିବା ଆଇସିସି‌‌ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ପାକିସ୍ତାନ ଭାରତ ଆସିବ ନାହିଁ ବୋଲି ସ୍ପଷ୍ଟ କରିଛି। କିନ୍ତୁ ଭାରତ ସହ ଥିବା ମ୍ୟାଚ୍‌ ସହଆୟୋଜକ ଶ୍ରୀଲଙ୍କାରେ ଖେଳାଯିବ। 

କ୍ଷତି ଭରଣା ପାଇଁ ପାକିସ୍ତାନକୁ କିନ୍ତୁ ୨୦୨୭ ପରେ ଏକ ମହିଳା ବିଶ୍ବକପ୍‌ ଆୟୋଜନ ଅଧିକାର ପ୍ରଦାନ କରାଯାଇଛି। ଆଇସିସି, ବିସିସିଆଇ ଓ ପିସିବିର ମିଳିତ ସହମତି ପରେ ଏହି ଘୋଷଣା କରାଯାଇଛି। ନିଷ୍ପତ୍ତିରେ ସମସ୍ତ ପକ୍ଷ ସନ୍ତୁଷ୍ଟ ଥିବା କୁହାଯାଇଛି। ଆଇସିସିର ଅନୁମୋଦନ ପରେ ଚାମ୍ପିଅନ୍ସ ଟ୍ରଫିକୁ ନେଇ ସୃଷ୍ଟି ହୋଇଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି। ସେହିଭଳି ବିସିସିଆଇ ଓ ପିସିବି ମୁହାଁମୁହିଁ ହେବାର ଆଶଙ୍କା ବି ଦୂର ହୋଇଛି। ତେବେ ଭାରତୀୟ ମହିଳା ଦଳ ୨୦୨୭ପରେ ପାକିସ୍ତାନ ଗସ୍ତ କରିବ କି ନାହିଁ ସେ ସଂଶୟ ଦୂର ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe