ପାକିସ୍ତାନରେ ଚାମ୍ପିଅନ୍ସ ‘ଟ୍ରଫି’ ଯାତ୍ରା ଆରମ୍ଭ

ପାକିସ୍ତାନରେ ଆୟୋଜନ ହେବା ଓ ନହେବାର ତର୍କ ବିତର୍କ ଭିତ‌ରେ ସେଠାକାର ବିଭିନ୍ନ ସହରକୁ ଆଇସିସି ଚାମ୍ପିଅନ୍ସ ‘ଟ୍ରଫି’ର ଯାତ୍ରା ଶନିବାର ଆରମ୍ଭ ହୋଇଛି। ଏହି ଟ୍ରଫି ଯାତ୍ରା କରାଚିରୁ ବାହାରି ରାୱଲପିଣ୍ଡି

fhkkhhhk

ଲାହୋର: ପାକିସ୍ତାନରେ ଆୟୋଜନ ହେବା ଓ ନହେବାର ତର୍କ ବିତର୍କ ଭିତ‌ରେ ସେଠାକାର ବିଭିନ୍ନ ସହରକୁ ଆଇସିସି ଚାମ୍ପିଅନ୍ସ ‘ଟ୍ରଫି’ର ଯାତ୍ରା ଶନିବାର ଆରମ୍ଭ ହୋଇଛି। ଏହି ଟ୍ରଫି ଯାତ୍ରା କରାଚିରୁ ବାହାରି ରାୱଲପିଣ୍ଡି, ଇସଲାମାବାଦ୍‌, ଆବୋଟାବାଦ୍, ଖାଇବର ପଖତୁନୱାଲା ଅଞ୍ଚଳକୁ ଯିବାର ଯୋଜନା ରହିଛି। ସେହିଭଳି ଟକ୍ସିଲା, ଖାନପୁର, ମୁରୀ ଓ ନାଥିଆ ଗଲି ଅଞ୍ଚଳରେ ମଧ୍ୟ ଏହି ଟ୍ରଫି ଯାତ୍ରା କରିବ। ତେବେ ବିସିସିଆଇର ବିରୋଧ ପରେ ଟ୍ରଫି ଯାତ୍ରାର ସୂଚୀରୁ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)କୁ ବାଦ୍ ଦିଆଯାଇଛି।

ଏହା ପୂର୍ବରୁ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପକ୍ଷରୁ ଏକତରଫା ଭାବେ ଘୋଷଣା କରାଯାଇଥିବା ସୂଚୀରେ ପିଓକେର ସ୍କର୍ଦ୍ଦୁ, ହୁଞ୍ଜା ଓ ମୁଜାଫରାବାଦ୍ ସ୍ଥାନ ପାଇଥିଲା। ବିସିସିଆଇ ସମ୍ପାଦକ ଜୟ ସାହା ଏହାକୁ ଦୃଢ଼ ବିରୋଧ କରି ଆଇସିସିକୁ ଚିଠି ଲେଖିବା ପରେ ଏବେ ପିଓକେ ଧାର୍ଯ୍ୟ ସ୍ଥାନଗୁଡିକୁ ଟ୍ରଫି ଟୁର୍‌ରୁ ବାଦ୍ ଦିଆଯାଇଛି। ପାକିସ୍ତାନର ବିଭିନ୍ନ ସହର ବୁଲିବା ପରେ ଚାମ୍ପିଅନ୍ସ ଟ୍ରଫିର ଆକର୍ଷଣୀୟ କପ୍ ଆଫଗାନିସ୍ତାନ (ନଭେମ୍ବର ୨୬-୨୮), ବାଂଲାଦେଶ (ଡିସେମ୍ବର ୧୦-୧୩), ଦକ୍ଷିଣ ଆଫ୍ରିକା (ଡିସେମ୍ବର ୧୫ରୁ ୨୨), ଅଷ୍ଟ୍ରେଲିଆ (ଡିସେମ୍ବର ୨୫ରୁ ଜାନୁଆରି ୫), ନ୍ୟୁଜିଲାଣ୍ଡ (ଜାନୁଆରି ୬-୧୧),  ଇଂଲଣ୍ଡ (ଜାନୁଆରି ୧୨ରୁ ୧୪) ହୋଇ ଭାରତ (ଜାନୁଆରି ୧୫-୨୬) ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe