ଭାରତର ଶୀର୍ଷ ସ୍ତରୀୟ ବ୍ୟାଡ୍ମିଣ୍ଟନ୍ ତାରକା ସାଇନା ନେହଓ୍ଵାଲ ଏବଂ ପିଭି ସିନ୍ଧୁ ଇତିହାସ ରଚିବାର ଦ୍ୱାର ଦେଶରେ ରହିଛନ୍ତି। ଉଭୟ ମହିଳା ଏକକ ବ୍ୟାଡମିଣ୍ଟନ୍ର ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରି ନେଇଛନ୍ତି। ତେବେ ଦୁଇ ଜଣ ଯାକଙ୍କ ପାଖରେ ପ୍ରଥମ ଭାରତୀୟ ମହିଳା ଭାବେ ଏସିଆଡ଼୍ରେ ସ୍ୱର୍ଣ୍ଣ ପଦକ ଜିତିବାର ସୁଯୋଗ ରହିଛି। ସାଇନା ଆଜି ବିଶ୍ୱ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ଥାଇଲାଣ୍ଡର ରାଚାନୋକ ଇଥାନନଙ୍କୁ ୨୧-୧୮, ୨୧-୧୬ରେ ହରାଇ ସେମି ଟିକେଟ ହାସଲ କରିଥିଲେ। ସେହିଭଳି ସିନ୍ଧୁ ଥାଇଲାଣ୍ଡର ନିଚନ ଜିନ୍ଦାପଲଙ୍କୁ ୨୧-୧୧, ୧୬-୨୧ ଓ ୨୧-୧୪ରେ ହରାଇ ବିଦାୟର ପଥ ଦେଖାଇ ଦେଇଥିଲେ। ଶେଷ ଥର ପାଇଁ ୧୯୮୨ରେ ସୟଦ ମୋଦି ବ୍ୟାଡମିଣ୍ଟନ୍ ଏକକରେ ଭାରତ ପାଇଁ ପଦକ ଜିତିଥିଲେ। ଲଣ୍ଡନ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜୟିନୀ ସାଇନା ସେମିଫାଇନାଲରେ ଚାଇନିଜ୍ ତାଇପେର ତାଇ ଜୁ ଇଙ୍ଗଙ୍କୁ ଏବଂ ସିନ୍ଧୁ ବିଶ୍ୱ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଥିବା ଜାପାନର ଆକନେ ୟାମାଗୁଚିଙ୍କୁ ଭେଟିବେ।
ଇତିହାସ ଦ୍ୱାରରେ ସିନ୍ଧୁ-ସାଇନା
Advertisment
Follow Us