ଚଞ୍ଚଳା ଟ୍ରଫି କ୍ରିକେଟ୍‌ ସେମିରେ ସ୍କାନ୍‌

Advertisment
ଚଞ୍ଚଳା ଟ୍ରଫି କ୍ରିକେଟ୍‌ ସେମିରେ ସ୍କାନ୍‌

ରାଜନଗର:  ବଡପଲ୍ଲୀ ମିନି ଷ୍ଟାଡିୟମ୍‌ରେ ରାଜ୍ୟସ୍ତରୀୟ ୩୬ତମ ଚଞ୍ଚଳା ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତା ରବିବାର ଆରମ୍ଭ ହୋଇଛି। ବଡପଲ୍ଲୀର ପଲ୍ଲୀଶ୍ରୀ ଯୁବକ ସଂଘ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଯାଜପୁରର ଶ୍ରାବଣୀ ଏକାଦଶକୁ ୬ ଓ୍ଵିକେଟ୍‌ରେ ପରାସ୍ତ କରି ଭୁବନେଶ୍ୱର ସ୍କାନ୍‌ ସ୍ପୋର୍ଟିଂ ସେମି ଫାଇନାଲ୍‌ ପ୍ରବେଶ କରିଛି। ଶ୍ରାବଣୀ ଏକାଦଶ ୧୭.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୩୧ ରନ୍‌ କରିଥିଲା। ଆଝାର ଅଲ୍ଲୀ ୩୦ ବଲ୍‌ରୁ ୩ ଛକା ଓ ୫ ଚୌକା ସହାୟତାରେ ୪୬ ରନ୍‌ କରିଥିଲେ। ସ୍କାନ୍‌ ପକ୍ଷରୁ କାହ୍ନା ମହାନ୍ତି ୪ ଓ ନଦୀନ୍‌ ଖାନ୍‌ ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ସ୍କାନ୍‌ ୧୫.୫ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୩୫ ରନ୍‌ କରିନେଇଥିଲା। କାହ୍ନା ମହାନ୍ତି ୨୭ ବଲ୍‌ରୁ ୯ ଛକା ଓ ୨ ଚୌକା ସହାୟତାରେ ୭୦ ଏବଂ ୟୁସୁଫ୍‌ ଖାନ୍‌ ୩୩ ବଲ୍‌ରୁ ୨ ଚୌକା ଓ ୪ ଛକା ସହାୟତାରେ ୪୩ ରନ୍‌ କରିଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ କାହ୍ନାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ପୁରସ୍କାର ବିତରଣ ଉତ୍ସବରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜୟୀରାମ ସେଠୀ, ଉପାଧ୍ୟକ୍ଷା ବିନିଲତା ମାଝୀ, ଆଇଆଇସି ସୁକାନ୍ତ କୁମାର ପାତ୍ର, ବ୍ଲକ୍‌ ବିଜେଡି ସଭାପତି ଅଶୋକ କୁମାର ପ୍ରତିହାରୀ, ପ୍ରେସ୍‌କ୍ଲବ୍‌ ସଭାପତି ଭାସ୍କର ରାଉତରାୟ, କୋଇଲିପୁର ସରପଞ୍ଚ ରଶ୍ମିତା ପ୍ରତିହାରୀ, ଲାଂଜୁଡା ସରପଞ୍ଚ ସଂଘମିତ୍ରା ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe