ଆନ୍ତର୍ଜାତିକ କ୍ରୀଡ଼ା ଦିବସରେ ଚନ୍ଦ୍ରଶେଖରଙ୍କୁ ଜୁଡୋ‌ ଜୁଏଲ୍‌ ସମ୍ମାନ: ବିକାଶ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସେବା ସମ୍ମାନ

Advertisment
ଆନ୍ତର୍ଜାତିକ କ୍ରୀଡ଼ା ଦିବସରେ ଚନ୍ଦ୍ରଶେଖରଙ୍କୁ ଜୁଡୋ‌ ଜୁଏଲ୍‌ ସମ୍ମାନ: ବିକାଶ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ  ସେବା ସମ୍ମାନ

ଭୁବନେଶ୍ବର: ଜୁଡୋ ଓଡ଼ିଶା ଏବଂ ଜୁଡୋ ଯୋଡ଼ିଦାରଙ୍କ ମିଳିତ ଉଦ୍ୟମରେ ସ୍ଥାନୀୟ ଲୁଇସ୍‌ ରୋଡ୍‌ସ୍ଥିତ ହୋଟେଲ ଗୌରୀ କଟେଜ୍‌ କଂପ୍ଲେକ୍ସରେ ବୁଧବାର ଆନ୍ତର୍ଜାତିକ କ୍ରୀଡ଼ା ଦିବସ ପାଳିତ ହୋଇଥିଲା। ଏଥିପାଇଁ ଜୁଡୋ ଓଡ଼ିଶାର ଅଧ୍ୟକ୍ଷ ପ୍ରେମାନନ୍ଦ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଚନ୍ଦ୍ରଶେଖର ବେହେରାଙ୍କୁ ଜୁଡୋ ଜୁଏଲ୍‌ ସମ୍ମାନ ସହ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ବେଳେ ବିଶିଷ୍ଟ କ୍ରୀଡ଼ାବିତ୍‌ ବିକାଶ ଚନ୍ଦ୍ର ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସେବା ସମ୍ମାନ ମିଳିଥିଲା। ଅନ୍ୟପକ୍ଷରେ ଗୁରୁକୂଳ ଦୌଡ଼କୁଦ ସଂଘ (ସାକ୍ଷୀଗୋପାଳ)କୁ ଆର୍‌ଡେଣ୍ଟ୍‌ ଏକାଡେମି ସମ୍ମାନ ପ୍ରଦାନ କରାଯାଇଥିଲା ବେଳେ ସବିତା ନନ୍ଦଙ୍କୁ ସମ୍ବର୍ଧିତ କରାଯାଇଥିଲା। ଉତ୍ସବରେ ପୁରୀ ଜିଲ୍ଲା ବିଜୁ ଜନତା ଦଳ ସଂପାଦକ ଦେବାଶିଷ ରାୟ, ବିଶିଷ୍ଟ ଜୁଡୋ ପ୍ରଶିକ୍ଷକ ତଥା ଜୁଡୋ ଓଡ଼ିଶାର ପ୍ରତିଷ୍ଠାତା କୃଷ୍ଣଚନ୍ଦ୍ର ପଣ୍ଡା, ବିଶିଷ୍ଟ ଦୌଡ଼କୁଦ ପ୍ରଶିକ୍ଷକ ବିଷ୍ଣୁପ୍ରସାଦ ମିଶ୍ର, ବରିଷ୍ଠ ଜୁଡୋ ଖେଳାଳି ଅମୀୟ କୁମାର ଦ୍ବିବେଦୀ ଏବଂ ଜାତୀୟ ପଦକଧାରୀ ବ୍ରଜକିଶୋର ଦାଶ ଅତିଥି ଭାବେ ଉପସ୍ଥିତ ଥିଲେ। ସଂପାଦକ ସୁକାନ୍ତ ଚନ୍ଦ୍ର ଲେଙ୍କା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe