ମ୍ୟାଚ ଫିକ୍ସିଂ ପାଇଁ ଆତ୍ମହତ୍ୟା କଲେ କି କ୍ରିକେଟର ଚନ୍ଦ୍ରଶେଖର

ମ୍ୟାଚ ଫିକ୍ସିଂ ପାଇଁ ଆତ୍ମହତ୍ୟା କଲେ କି କ୍ରିକେଟର ଚନ୍ଦ୍ରଶେଖର

ଚେନ୍ନାଇ: ଗତ ଅଗଷ୍ଟ ମାସରେ ଆତ୍ମହତ୍ୟା କରିଥିବା କ୍ରିକେଟର ଭିବି ଚନ୍ଦ୍ରଶେଖରଙ୍କ ଆତ୍ମହତ୍ୟାକୁ ନେଇ ଯାଞ୍ଚ କରୁଥିବା ତଦନ୍ତକାରୀ ଅଫିସରଙ୍କ ହାତରେ ଲାଗିଛି ସୁରାକ | ସେ ଆତ୍ମହତ୍ୟା ମ୍ୟାଚ ଫିକ୍ସିଂ ପାଇଁ କରିଥିବାର ତଦନ୍ତକାରୀ ଟିମ ସନ୍ଦେହ କରୁଛି | ଯାହାକୁ ନେଇ ଏବେ ପୁଲିସ ଏ ବାବଦରେ ତଦନ୍ତ ଚଳାଇଛି | ପୁଲିସ ତାଙ୍କର ନିକଟ ସମ୍ପର୍କୀୟ ଓ ତାମିଲନାଡୁ କ୍ରିକେଟ ସଂଘର କିଛି କ୍ରିକେଟରଙ୍କୁ ପଚରାଉଚୁରା ମଧ୍ୟ କରିଛି | ଏଠାରେ ସୂଚନା ଥାଉ କି ପୂର୍ବତନ ଭାରତୀୟ କ୍ରିକେଟ୍‌ ଖେଳାଳି ଓ ତାମିଲନାଡୁ ଓପେନର୍‌ ୫୭ ବର୍ଷିୟ ଚନ୍ଦ୍ରଶେଖରଙ୍କର ମୃତଦେହ ଚେନ୍ନାଇ ଅନ୍ତର୍ଗତ ମଇଲାପୋର୍‌ସ୍ଥିତ ତାଙ୍କ ବାସଭବନରେ ମିଳିଥିଲା |

publive-image

ଆଇପିଏଲ୍‌ ଧାରାରେ ଗଠିତ ତାମିଲନାଡୁ ପ୍ରିମିୟର୍‌ ଲିଗ୍‌ ‘ଭିବି କାଞ୍ଚି ବୀରନସ୍‌’ ଦ୍ୱାରା ବ୍ୟାପକ ଆର୍ଥିକ କ୍ଷତି ହେବାରୁ ସେ ମନସ୍ଥାପରେ ଥିଲେ | ଏଥିରେ ସେ ୩ କୋଟି ଟଙ୍କା ବିନିଯୋଗ କରିଥିଲେ। ସେ ତାଙ୍କ ଘର ମଧ୍ୟ ବନ୍ଧା ପକାଇଥିଲେ। ନିକଟରେ ଋଣ ପଇଠ ପାଇଁ ବ୍ୟାଙ୍କ୍‌ ନୋଟିସ୍‌ ପଠାଇ ଥିବାରୁ ସେ ବିଷାଦଗ୍ରସ୍ତ ହୋଇ ପଡ଼ିଥିଲେ।

ତେବେ ତାମିଲନାଡ଼ୁ ପ୍ରିମିୟର ଲିଗ୍‌ରେ କେତେକ ସନ୍ଦିଗ୍ଧ ବ୍ୟକ୍ତି ବହୁ ଖେଳାଳିଙ୍କୁ ଫିକ୍ସିଂ ପ୍ରସ୍ତାବ ଦେଇଥିବା ଜଣାପଡ଼ିଥିଲା । ଏହି ଖବର ପ୍ରକାଶ ପାଇବା ପରେ ବିସିସିଆଇ ଦୁର୍ନୀତି ନିବାରଣ ୟୁନିଟ୍ ବା ଏସିୟୁ ମାମଲାର ଆନୁଷ୍ଠାନିକ ତଦନ୍ତ ଆରମ୍ଭ କରିଥିଲା । ଚଳିତ ବର୍ଷ ଜୁଲାଇ ୧୯ରୁ ଅଗଷ୍ଟ ୧୫ ମଧ୍ୟରେ ଖେଳା ଯାଇଥିବା ଏହି ଲିଗ୍‌ର ଖେଳାଳିମା‌ନେ ବୁକିଙ୍କ ଜାଲରେ ଫସିବା ପରିବର୍ତେ ଏହାକୁ ବିସିସିଆଇକୁ ଜଣାଇଥି‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe