ବଦଳିଲା କିଙ୍ଗ୍ସ ଏକାଦଶର ଘରୋଇ ସୂଚୀ

କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପ୍ରଶିକ୍ଷକ ପଦରୁ ହେସନଙ୍କ ଇସ୍ତଫା

ମୋହାଲି: କିଙ୍ଗ୍ସ ଏକାଦଶ ପଞ୍ଜାବ ଆଗାମୀ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ନିଜ ଘରୋଇ ସୂଚୀରେ ପରିବର୍ତନ କରିଛି। ଚଳିତ ବର୍ଷ ପଞ୍ଜାବ ଦଳ ଇନ୍ଦୋର ଏବଂ ମୋହାଲିକୁ ନିଜର ଘରୋଇ ପଡ଼ିଆ କରିଛି। ସେହିଭଳି ପୂର୍ବସୂଚୀର ପ୍ରଥମ ୩ ମ୍ୟାଚ୍‌କୁ ଇନ୍ଦୋରରୁୁ ମୋହାଲିକୁ ସ୍ଥାନାନ୍ତରିତ କରିଛି। ଯାହାକୁ ମଙ୍ଗଳବାର ବିସିସିଆଇ ମଞ୍ଜୁରି ଦେଇଛି। ନୂତନ ସୂଚୀ ଅନୁସାରେ ପଞ୍ଜାବ ମୋହାଲିର ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଏପ୍ରିଲ୍‌ ୮ ତାରିଖରେ ଦିଲ୍ଲୀ ଡେୟାରଡେଭିଲ୍ସ ବିପକ୍ଷରୁ ନିଜ ଘରୋଇ ଅଭିଯାନ ଆରମ୍ଭ କରିବ। ଏହାପରେ ୧୫ ତାରିଖରେ ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ୧୯ ତାରିଖରେ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମୋହାଲିରେ ଖେଳିବ। ସେହିପରି ଇନ୍ଦୋରରେ ଦଳ ମେ ୪ରେ ମୁମ୍ବାଇ ଇଣ୍ଡିଆନ୍‌ସ, ୬ରେ ରାଜସ୍ଥାନ ରୟାଲ୍ସ, ୧୨ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ ଏବଂ ୧୪ ତାରିଖରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ମ୍ୟାଚ୍‌ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe