ଭାରତ-ଶ୍ରୀଲଙ୍କା ଶୃଙ୍ଖଳା ସୂଚୀରେ ପରିବର୍ତନ

ଟି-୨୦ ୨୪ରୁ: ମୋହାଲିରେ ପ୍ରଥମ ଟେ‌ଷ୍ଟ୍‌ ମାର୍ଚ୍ଚ ୪ରେ

ଭାରତ-ଶ୍ରୀଲଙ୍କା ଶୃଙ୍ଖଳା ସୂଚୀରେ ପରିବର୍ତନ

Jagran Josh

ମୁମ୍ବାଇ : ଆଗାମୀ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ପାଇଁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ମଙ୍ଗଳବାର ପୂର୍ବ ସୂଚୀରେ ପରିବର୍ତନ କରିଛି। ପୂର୍ବରୁ ଟି-୨୦ ଶୃଙ୍ଖଳା ପୂର୍ବରୁ ଟେଷ୍ଟ୍‌ ଆୟୋଜନ ପାଇଁ ବିସିସିଆଇ ଯୋଜନା କରିଥିଲା। ହେଲେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡର ଅନୁରୋଧକ୍ରମେ ଏଥିରେ ପରିବର୍ତନ କରି ଟେଷ୍ଟ୍‌ ପୂର୍ବରୁ ହିଁ ଟି‌-୨୦କୁ ସ୍ଥାନ ଦେଇଛି।

ପରିବର୍ତିତ ସୂଚୀ ଅନୁଯାୟୀ ଆସନ୍ତା ୨୪ ତାରିଖରୁ ଟି-୨୦ ଶୃଙ୍ଖଳା ଆରମ୍ଭ ହେବ ଏବଂ ମାର୍ଚ୍ଚ ୪ ତାରିଖରୁ ମୋହାଲିରେ ପ୍ରଥମ ଟେ‌ଷ୍ଟ୍‌ ଖେଳାଯିବ। ଭାରତ ଗସ୍ତରେ ଶ୍ରୀଲଙ୍କା ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳିବାକୁ ଥିଲା ବେଳେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବ। ପୂର୍ବରୁ ଫେବ୍ରୁଆରି ୨୫ରୁ ବେଙ୍ଗାଲୁରୁରେ ପ୍ରଥମ ଟେଷ୍ଟ୍‌ ଏବଂ ମାର୍ଚ୍ଚ ୧୩ରୁ ଟି-୨୦ ଶୃଙ୍ଖଳା ଖେଳାଯିବାର ସୂଚୀ ପ୍ରସ୍ତୁତ ହୋଇଥିଲା। କିନ୍ତୁ ମଙ୍ଗଳବାର ଏଥିରେ ପରିବର୍ତନ କରାଯାଇଛି। ଫଳରେ ପ୍ରଥମ ଟେଷ୍ଟ୍‌ ମାର୍ଚ୍ଚ ୪ରୁ ୮ ତାରିଖ ପର୍ଯ୍ୟନ୍ତ ମୋହାଲିରେ ଏବଂ ଦ୍ବିତୀୟ ଟେ‌ଷ୍ଟ୍‌ ମାର୍ଚ୍ଚ ୧୨ରୁ ୧୬ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ଦିବାରାତ୍ର ଖେଳାଯିବ। ଫଳରେ ବେଙ୍ଗାଲୁରୁ ନୁହେଁ ମୋହାଲିରେ ହିଁ ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ ୧୦୦ତମ ଟେଷ୍ଟ୍‌ ଖେଳିବା ନିଶ୍ଚିତ ହୋଇଛି। ସେହିପରି ପ୍ରଥମ ଟି-୨୦ ଲକ୍ଷ୍ନୌରେ ଫେବ୍ରୁଆରି ୨୪ରେ ଖେଳାଯିବାକୁ ଥିଲା ବେଳେ ପରବର୍ତି ଦୁଇଟି ଟି-୨୦ ଧର୍ମଶାଳାରେ ଯଥାକ୍ରମେ ୨୬ ଓ ୨୭ ତାରିଖରେ ଖେଳାଯିବ ବୋଲି ବିସିସିଆଇ ଏକ ବିବୃତ୍ତିରେ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe