ଚେନ୍ନାଇ: କାବେରୀ ଜଳ ବଣ୍ଟନ ବିବାଦକୁ ନେଇ ଚେନ୍ନାଇ-କୋଲ୍କାତା ମ୍ୟାଚ୍ ଖେଳା ଯାଇଥିବା ଚେପକ ଷ୍ଟାଡିୟମ୍ ବାହାରେ ମଙ୍ଗଳବାର ଉଗ୍ର ବିକ୍ଷୋଭ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ପଡ଼ିଆ ଭିତରେ ବି ଏହାର ପ୍ରଭାବ ଅନୁଭୂତ ହୋଇଥିଲା। ୪,୦୦୦ ସୁରକ୍ଷାକର୍ମୀଙ୍କ ଉପସ୍ଥିତି ତଥା କଡ଼ା ସୁରକ୍ଷା ବଳକୁ ଭାଙ୍ଗି ଚାରି ଜଣ ବିକ୍ଷୋଭକାରୀ ଦର୍ଶକ ବେଶରେ ଆସି ପଡ଼ିଆ ଭିତରକୁ ଚପଲ ପିଙ୍ଗିଥିଲେ। ଏହି ଘଟଣା କୋଲ୍କାତା ପାଳିର ଅଷ୍ଟମ ଓଭରରେ ଘଟିଥିଲା। ଦର୍ଶକ ଗ୍ୟାଲେରିରୁ ଫିଙ୍ଗା ଯାଇଥିବା ଦୁଇଟି ଚପଲ ହଠାତ୍ ଲଙ୍ଗ ଅନ୍ ଅଞ୍ଚଳରେ କ୍ଷେତ୍ରରକ୍ଷଣ କରୁଥିବା ଚେନ୍ନାଇ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ପାଖରେ ପଡ଼ିଥିଲା। ତାଙ୍କ ଦେହରେ ଅବଶ୍ୟ ଏହା ବାଜି ନଥିଲା। ପୁଲିସ ତୁରନ୍ତ ଚପଲ ଫିଙ୍ଗିଥିବା ଏକ ତାମିଲ ସଂଗଠନ ‘ନାମ୍ ତାମିଲାର କାତଚି’ର ଚାରି ଜଣ କର୍ମକର୍ତାଙ୍କୁ କାବୁ କରି ଷ୍ଟାଡିୟମ୍ ବାହାରକୁ ନେଇ ଯାଇଥିଲା। ପୁଲିସ ସେମାନଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ଜଣା ପଡ଼ିଛି। ଏହି ଘଟଣା ଲାଗି କିଛି ସମୟ ପାଇଁ ଷ୍ଟାଡିୟମ ଭିତରେ ଭୟ ଓ କୋଳାହଳର ବାତାବରଣ ସୃଷ୍ଟି ହୋଇଥିଲା। ଏହା ପରେ ଅବଶ୍ୟ ମ୍ୟାଚ୍ ସୁରୁଖୁରୁରେ ଶେଷ ହୋଇଥିଲା। ଚେନ୍ନାଇର ସଂରକ୍ଷିତ ଖେଳାଳି ଫାଫ୍ ଡୁ ପ୍ଲେସିସ୍ ଗୋଟିଏ ଜୋତା ନିଜ ହାତରେ ଧରି ପଡ଼ିଆ ବାହାରକୁ ନେଉଥିବା ଦୃଶ୍ୟ କ୍ରିକେଟ୍ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରିଥିଲା।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us