ଖଲିଲଙ୍କୁ ମୁମ୍ବାଇ ପରିବର୍ତ୍ତେ ଦିଲ୍ଲୀକୁ ବିକିଲେ ଚାରୁ

ଖଲିଲଙ୍କୁ ମୁମ୍ବାଇ ପରିବର୍ତ୍ତେ ଦିଲ୍ଲୀକୁ ବିକିଲେ ଚାରୁ

Hotstar

ବେଙ୍ଗାଲୁରୁ : ଆଇପିଏଲ୍ ମହାନିଲାମରେ ୧୧ ଜଣ ଖେଳାଳି ୧୦ କୋଟିରୁ ଅଧିକ ଦରରେ ବିକ୍ରି ହେବା କ୍ରିକେଟ୍ ଜଗତରେ ଖୁସିର ଲହରି ଖେଳାଇ ଦେଇଥିଲା। ତା ସହ ଦିଲ୍ଲୀ କ୍ୟାପିଟାଲ୍ସ ଆପଣାଇଥିବା ରଣନୀତି ମଧ୍ୟ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ସେହିଭଳି ହ୍ୟୁଗ୍ ଏଡମେଡ୍ସ ଅଚାନକ ବେହୋସ ହୋଇ ମଞ୍ଚ ଛାଡ଼ିବା ପରେ ନିଲାମ ପରିଚାଳନା କରୁଥିବା ଚାରୁ ଶର୍ମା କିଭଳି ବାଉଳାରେ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କୁ ମୁମ୍ବାଇ ପରିବର୍ତ୍ତେ ଦିଲ୍ଲୀକୁ ବିକି ଦେଇଥିଲେ, ତାହା ଅନ୍ୟତମ ଚର୍ଚ୍ଚାର ବିଷୟ ହୋଇଥିଲା।

ଚାରୁ ନିଲାମ ଦିନ ଖଲିଲଙ୍କ ନାଁ ଡାକିଲା ପରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ଦଳ ଭାବେ ୫.୨୫ କୋଟି ଟଙ୍କାର ନିଲାମ ଡାକିଥିଲା। ଠିକ୍ ସେତିକି ବେଳେ ଦିଲ୍ଲୀ କ୍ୟାପିଟାଲ୍ସର ଅନ୍ୟତମ ମାଲିକ କିରଣ କୁମାର ଗ୍ରାନ୍ଧୀ ୫.୫ କୋଟି ଟଙ୍କାର ପେଡାଲ ଦେଖାଇ ଦେଇଥିଲେ। ଚାରୁ ଭାବିଥିଲେ ଦିଲ୍ଲୀ କ୍ୟାପିଟାଲ୍ସ ହିଁ ପ୍ରଥମେ ନିଲାମ ଡାକିଥିଲା। ଏଣୁ ଖଲିଲଙ୍କୁ ୫.୨୫ କୋଟି ଟଙ୍କାରେ ଦିଲ୍ଲୀକୁ ବିକି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe