ଚେଲ୍‌ସି ଜିତିଲା ଏଫ୍‌ଏ କପ୍‌

Advertisment
ଚେଲ୍‌ସି ଜିତିଲା ଏଫ୍‌ଏ କପ୍‌

ଲଣ୍ଡନ: ଏଡେନ୍‌ ହାଜାର୍ଡଙ୍କ ପ୍ରଥମାର୍ଧ ପେନାଲ୍‌ଟି ଗୋଲ୍‌ ବଳରେ ମାଞ୍ଚେଷ୍ଟର ୟୁନାଇଟେଡ୍‌କୁ ପରାସ୍ତ କରି ଚେଲ୍‌ସି ଏଫ୍‌ଏ କପ୍‌ ବିଜେତା ହୋଇଛି। ଫାଇନାଲ୍‌ରେ ପୂରା ଆଧିପତ୍ୟ ଜମାଇଥିବା ଚେଲ୍‌ସି  ପକ୍ଷରୁ ହାଜାର୍ଡ ୨୧ତମ ମିନିଟ୍‌ରେ ହିଁ ମ୍ୟାଚ୍‌ର ଏକମାତ୍ର ଗୋଲ୍‌ କରିଥିଲେ। ଫଳରେ ଏଫ୍‌ଏ କପ୍‌ ଜିତି ଚେଲ୍‌ସି ତା’ର ପ୍ରବନ୍ଧକ ଆଣ୍ଟୋନିଓ କୋଣ୍ଟେଙ୍କ ଆଶାକୁ ସମ୍ମାନ ଦେଇଛି। ଅନ୍ୟପକ୍ଷରେ ମାଞ୍ଚେଷ୍ଟର ପ୍ରବନ୍ଧକ ଜୋସ୍‌ ମରିନୋ ନିରାଶ ହୋଇଛନ୍ତି। ମରିନୋଙ୍କ ଦଳ ଏଥର ବିଜେତା ହୋଇଥିଲେ ସର୍ବାଧିକ ୧୩ ଥର ବିଜେତା ହେବାରେ କୀର୍ତିମାନର ସମକକ୍ଷ ହୋଇଥାନ୍ତା। ହେଲେ ଚେଲ୍‌ସି ଏହା କରାଇ ଦେଇନଥିଲା। ବରଂ ମାଞ୍ଚେଷ୍ଟର କୌଣସି ବି ଟ୍ରଫି ଜିତିନପାରି ଋତୁ ଶେଷ କରିଛି। ଶେଷଥର ପାଇଁ ମାଞ୍ଚେଷ୍ଟର ୨୦୦୭ରେ ଏଫ୍‌ଏ କପ୍‌ ଫାଇନାଲ୍‌ରେ ହାରିଥିଲା। ସେଥର ବି ସମାନ ପ୍ରତିଦ୍ୱନ୍ଦ୍ୱୀ ଚେଲ୍‌ସି ନିକଟରୁ ୦-୧ ଗୋଲ୍‌ରେ ହାରିଥିଲା। ପୁଣି ୧୧ ବର୍ଷ ପରେ ସମାନ ବ୍ୟବଧାନରେ ସମାନ ପ୍ରତିଦ୍ୱନ୍ଦ୍ୱୀଙ୍କଠୁ ହାରିଗଲା। ଏପରିକି ଜଣେ ପ୍ରବନ୍ଧକ ଭାବେ ୧୫ କପ୍‌ ଫାଇନାଲ୍‌ରୁ ମରିନୋଙ୍କର ଏହା ତୃତୀୟ ପରାଜୟ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe