ଚେଲ୍‌ସି ଜିତିଲା ଚାମ୍ପିଅନ୍ସ ଲିଗ୍‌

Advertisment
ଚେଲ୍‌ସି ଜିତିଲା ଚାମ୍ପିଅନ୍ସ ଲିଗ୍‌

ପୋ‌ର୍ତୋ: ଚାମ୍ପିଅନ୍ସ ଲିଗ୍‌ ଫୁଟବଲ୍ ପ୍ରତିଯୋଗିତା ଟ୍ରଫି ଦ୍ବିତୀୟ ଥର ଲାଗି କରାୟତ୍ତ କରିଛି ଚେଲ୍‌ସି। ଶନିବାର ଏଷ୍ଟାଡିଓ ଡୁ’ ଡ୍ରାଗାଓରେ ଖେଳାଯାଇଥିବା ଅଲ୍‌ ଇଂଲିସ ଫାଇନାଲ୍‌ରେ ଏହି ଦଳ ୧-୦ ଗୋଲ୍‌ରେ ମାଞ୍ଚେଷ୍ଟର ସିଟିକୁ ମାତ୍‌ ଦେଇଥିଲା। ଜର୍ମାନିର କାଇ ହାଭର୍ଜ ୪୨ତମ ମିନିଟ୍‌ରେ ମାସନ ମାଉଣ୍ଟଙ୍କ ଏକ ସୁନ୍ଦର ପାସ୍‌କୁ ମାଞ୍ଚେଷ୍ଟର ସିଟି ଗୋଲ୍‌ ପୋଷ୍ଟ୍‌କୁ ପଠାଇ ଦେଇଥିଲେ। ଏହି ଗୋଲ୍‌ ବଳରେ ଚେଲ୍‌ସି ପ୍ରଥମାର୍ଦ୍ଧରେ ୧-୦ରେ ଅଗ୍ରଣୀ ରହିଥିଲା। ଦ୍ବିତୀୟାର୍ଦ୍ଧରେ ଦଳ ରକ୍ଷଣାତ୍ମକ ଖେଳ ଖେଳି ମ୍ୟାଚ୍‌ ପୂର୍ବରୁ ପ୍ରମୁଖ ଟ୍ରଫି ଦାବିଦାର ଥିବା ପ୍ରିମିୟର ଲିଗ୍‌ ବିଜେତା ମାଞ୍ଚେଷ୍ଟରକୁ ଅଟକାଇଥିଲା। ଏଥସହ ଟ୍ରଫି ଜିତିବାରେ ସଫଳ ହୋଇଥିଲା।

ଅନ୍ୟପକ୍ଷରେ ଗତ ୪ ପ୍ରିମିଲିଗ୍‌ ଫାଇନାଲ୍‌ରୁ ୩ରେ ମାଞ୍ଚେଷ୍ଟର ସିଟିକୁ ବିଜେତା କରାଇଥିବା ପ୍ରବନ୍ଧକ ପେପ ଗୁଆର୍ଡିଓଲା ୨୦୧୧ ପରେ ପ୍ରଥମଥର ବିଫଳ ହୋଇଥିଲେ। ୨୦୧୧ରେ ସେ ବାର୍ସିଲୋନାର ପ୍ରଶିକ୍ଷକ ଥିଲା ବେଳେ ୟୁରୋପୀୟ ଟ୍ରଫି ଜିତିବାରେ ବିଫଳ ହୋଇଥିଲେ। ‌ଚେଲ୍‌ସିର ଜର୍ମାନି ପ୍ରବନ୍ଧକ ଥୋମାସ ଟଚେଲ ଗତ ଋତୁରେ ପ୍ୟାରିସ ସେଣ୍ଟ ଜର୍ମାନକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ। ହେଲେ ଫାଇନାଲ୍‌ରେ ତାଙ୍କ ଦଳ ବେୟର୍ନ ମୁନିକଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe