ଚେନ୍ନାଇ ଭାଙ୍ଗିଲା ପରାଜୟ ଧାରା

Advertisment

ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ୫ ୱିକେଟ୍‌ରେ ପରାସ୍ତ କରିଛି। ଲକ୍ଷ୍ନୌ ୧୬୭ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଏକଦା ସଂଘର୍ଷ କରୁଥିବା....

ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ୫ ୱିକେଟ୍‌ରେ ପରାସ୍ତ କରିଛି। ଲକ୍ଷ୍ନୌ ୧୬୭ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଏକଦା ସଂଘର୍ଷ କରୁଥିବା....

545gfghf

ଲକ୍ଷ୍ନୌ: ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ୫ ୱିକେଟ୍‌ରେ ପରାସ୍ତ କରିଛି। ଲକ୍ଷ୍ନୌ ୧୬୭ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଏକଦା ସଂଘର୍ଷ କରୁଥିବା ଚେନ୍ନାଇ ୩ ବଲ୍ ପୂର୍ବରୁ ୫ ୱିକେଟ୍ ହରାଇ ଏହାକୁ ହାସଲ କରି ନେଇଛି। ସୋମବାର ଧୋନିଙ୍କ ସହ ଇମ୍ପାକ୍ଟ ଖେଳାଳି ଶିବମ ଦୁବେ ମଧ୍ୟ ଦମ୍‌ଦାର ପାଳି ଖେଳିଥିଲେ। ଲଗାତାର ପାଞ୍ଚଟି ପରାଜୟ ପରେ ବିଜୟ ଧାରାକୁ ଫେରିଛି ଚେନ୍ନାଇ। ତଥାପି ସପ୍ତମ ମ୍ୟାଚ୍‌ରୁ ଦ୍ବିତୀୟ ବିଜୟ ହାସଲ କରିବା ସତ୍ତ୍ବେ ସବା ଶେଷ ସ୍ଥାନରୁ ଉପରକୁ ଉଠି ପାରି ନଥିଲା। ଅନ୍ୟପକ୍ଷରେ ଲକ୍ଷ୍ନୌ ସପ୍ତମ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରିଛି। 

୧୬୭ ରନ୍‌ ପଶ୍ଚାତ୍‌ଧାବନ ବେଳେ ଚେନ୍ନାଇ ଓପନିଂ ଯୋଡ଼ି ବଦଳାଇ ଶେଖ୍ ରସିଦ (୨୭) ଓ ରାଚିନ ରବୀନ୍ଦ୍ର (୩୭)ଙ୍କୁ ପାଳି ଆରମ୍ଭ କରିବାକୁ ଦେଇଥିଲା। ଉଭୟ ପ୍ରଥମ ୱିକେଟ୍‌ରେ ୫୨ ରନ୍ ଯୋଡ଼ି ଭଲ ମୂଳଦୁଆ ପକାଇଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ନିୟମିତ ୱିକେଟ୍ ହରାଇ ୧୧୧ ରନ୍‌ରେ ଅଧାଦଳ ହରାଇ ସଙ୍କଟରେ ପଡ଼ିଥିଲା ଚେନ୍ନାଇ। ଠିକ୍ ଏତିକି ବେଳେ କିନ୍ତୁ ଅଧିନାୟକ ଧୋନି ଧମାକା ଦେଖିବାକୁ ମିଳିଥିଲା। ଶିବମ ଦୁବେ (୪୩* ରନ୍, ୩୭ ବଲ୍‌, ୩ ଚୌକା, ୨ ଛକା)ଙ୍କ ସହ ମିଶି ଧୂଆଁଧାର ବ୍ୟାଟିଂ କରି ଚେନ୍ନାଇକୁ ବିଜୟ ଧାରାକୁ ଫେରାଇ ଆଣିଥିଲେ ସେ। ଶେଷ ୫ ଓଭରରୁ ୫୬ ରନ୍‌ର ଦରକାର ଥିଲା ବେଳେ ଶିବମ ଏବଂ ଧୋନି (୨୬* ରନ୍, ୧୧ ବଲ୍, ୪ ଚୌକା, ୧ ଛକା)ଙ୍କ ଜବରଦସ୍ତ ବ୍ୟାଟିଂ ପାଇଁ ଚେନ୍ନାଇ ୩ ବଲ୍ ପୂର୍ବରୁ ବିଜୟୀ ହୋଇଥିଲା। ଧୋନି ଧମାକାରେ ଚେନ୍ନାଇ ମଧ୍ୟ ବାହାର ପଡ଼ିଆରେ ପ୍ରତୀକ୍ଷିତ ବିଜୟ ହାସଲ କରି ପ୍ରଶଂସକଙ୍କ ମୁହଁରେ ହସ ଫେରାଇ ଆଣିଥିଲା। ଧୋନି ଓ ଶିବମ ଅବିଭାଜିତ ଷଷ୍ଠ ୱିକେଟ୍‌ରେ ୫୭* ରନ୍ ଯୋଡ଼ିଥିଲେ। 

ଚେନ୍ନାଇ ଟସ୍ ଜିତି ଲକ୍ଷ୍ନୌକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପାୱାର ପ୍ଲେ’ ଭିତ‌ରେ ପ୍ରତିପକ୍ଷ ଓପନର୍ ଐଦେନ ମାରକ୍ରମ୍‌ (୬) ଏବଂ ବିପଜ୍ଜନକ ନିକୋଲାସ ପୂରନ (୮)ଙ୍କୁ ଆଉଟ୍ କରି ନିକଟରେ ଅଧିନାୟକ ପଦକୁ ଫେରିଥିବା‌ ମହେନ୍ଦ୍ର ସିଂହ ଧୋନିଙ୍କ ନିଷ୍ପତ୍ତିର ଯଥାର୍ଥ ସମ୍ମାନ ରଖିଥିଲେ ଏହି ଦଳର ବୋଲର। ତେବେ ଅଧିନାୟକ ଋଷଭ ପନ୍ତ (୬୩ ବଲ୍, ୪୯ ବଲ୍, ୪ ଚୌକା, ୪ ଛକା)ଙ୍କ ପ୍ରଥମ ଅର୍ଦ୍ଧଶତକ ବଳରେ ଲକ୍ଷ୍ନୌ ୭ ୱିକେଟ୍ ବିନିମୟରେ ୧୬୬ ରନ୍ କରି ସମ୍ମାନ ରଖିଥିଲା। ଗତ ୬ଟି ଯାକ ମ୍ୟାଚ୍‌ରେ ବିଫଳ ହୋଇଥିବା ପନ୍ତ ମନ୍ଥର ଆରମ୍ଭ କରିଥିଲେ। ତେବେ ପରେ ଲୟକୁ ଫେରି ରନ୍ ଗତି ବଢ଼ାଇବା ସହ ୪୨ ବଲ୍‌ରୁ ଚଳିତ ଋତୁରେ ବ୍ୟକ୍ତିଗତ ଭା‌ବେ ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିଚେଲ ମାର୍ସ (୩୦ ରନ୍, ୨୫ ବଲ୍), ଆୟୁଷ ବଡୋନୀ (୨୨ ରନ୍, ୧୭ ବଲ୍) ଓ ଅବଦୁଲ ସମଦ (୨୦ ରନ୍, ୧୧ ବଲ୍) ଦ୍ରୁତ ଖେଳିଥିଲେ। ଶେଷ ଓଭରରେ ତିନିଟି ୱିକେଟ୍ ସହ ପୂରା ମ୍ୟାଚ୍‌ରେ ଭଲ କ୍ଷେତ୍ରରକ୍ଷଣ କରି ଲକ୍ଷ୍ନୌକୁ ଚେନ୍ନାଇ ଆଶାଜନକ ଭାବେ ରନ୍ ଗତି ବଢ଼ାଇବାର ସୁଯୋଗ ଦେଇ ନଥିଲା।

ସଂକ୍ଷିପ୍ତ ସ୍କୋର୍: ଲକ୍ଷ୍ନୌ ସୁପରଜାଏଣ୍ଟସ୍‌ ୨୦ ଓଭରରେ ୧୬୬/୭ (ଋଷଭ ପନ୍ତ ୬୩, ମିଚେଲ ମାର୍ସ ୩୦, ଆୟୁଷ ବଡୋନୀ ୨୨, ଅବଦୁଲ ସମଦ ୨୦, ରବୀନ୍ଦ୍ର ଜାଡ଼େଜା ୨/୨୪, ମଥିସା ପଥିରଣା ୨/୪୫)। ଚେନ୍ନାଇ ସୁପରକିଙ୍ଗ୍ସ ୧୯.୩ ଓଭରରେ ୧୬୮/୫ (ଶିବମ ଦୁବେ ୪୩*, ରାଚିନ ରବୀନ୍ଦ୍ର ୩୭, ଶେଖ୍ ରସିଦ ୨୭, ମହେନ୍ଦ୍ର ସିଂହ ଧୋନି ୨୬*, ରବି ବି‌ଷ୍ଣୋଇ ୨/୧୮, ଦିଗବେଶ ରାଠି ୧/୨୩)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe