ଚେନ୍ନାଇନ୍‌ ପ୍ରଶିକ୍ଷକ ନିଲମ୍ବିତ, ୪ ଲକ୍ଷ ଜରିମାନା

Advertisment
ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌, ଆଜି ଚେନ୍ନାୟିନ୍‌-ଏଟିକେ ଫାଇନାଲ୍‌

ଚେନ୍ନାଇ: ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଚେନ୍ନାୟିନ୍‌ ଏଫ୍‌ସି ଦଳ ମୁଖ୍ୟ ପ୍ରଶିକ୍ଷକ ଜନ୍‌ ଗ୍ରେଗୋରି ୩ ମ୍ୟାଚ୍‌ରୁ ନିଲମ୍ବିତ ହୋଇଥିଲା ବେଳେ ୪ ଲକ୍ଷ ଟଙ୍କାର ଜରିମାନା ଦଣ୍ଡ ପାଇଛନ୍ତି। ଚଳିତ ଆଇଏସ୍‌ଏଲ୍‌ ସଂସ୍କରଣର ଗତମାସରେ ନିଜ ଦଳର ଜାମ୍‌ସେଦପୁର ବିପକ୍ଷ ମ୍ୟାଚ୍‌ ବେଳେ ରେଫରିଙ୍କ ପ୍ରତି ଅପରାଧିକ ମନ୍ତବ୍ୟ ପାଇଁ ଗ୍ରିଗୋରିଙ୍କୁ ଏଭଳି ଦଣ୍ଡ ମିଳିଛି। ସେହି ମ୍ୟାଚ୍‌ରେ ଅବଶ୍ୟ ଚେନ୍ନାଇ ଦଳ ୧-୦ ଗୋଲ୍‌ରେ ବିଜୟୀ ହୋଇଥିଲା। ତେବେ ଗ୍ରିଗୋରିଙ୍କ ନିଲମ୍ବନ ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଆଇଏସ୍‌ଏଲ୍‌ ବିଜ୍ଞପ୍ତି ଜାରି କରିଛି। ସର୍ବ ଭାରତୀୟ ଫୁଟ୍‌ବଲ୍‌ ସଂଘର ଶୃଙ୍ଖଳାଗତ ସମିତି ଗ୍ରିଗୋରିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।
ଅନ୍ୟପକ୍ଷରେ ଗ୍ରିଗୋରିଙ୍କ ବ୍ୟତୀତ ଦିଲ୍ଲୀ ଡାଇନାମୋସ୍‌ ଏଫ୍‌ସିର କ୍ଲାଉଡିଓ ମାଥିଅସ୍‌ ଏବଂ ମୁମ୍ବାଇ ସିଟି ଏଫ୍‌ସିର ସେହନାଜ୍‌ ସିଂହଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିବା ଆଇଏସ୍‌ଏଲ୍‌ ବିଜ୍ଞପ୍ତି ଜାରି କରିଛି। ଶୃଙ୍ଖଳାଗତ କାରଣରୁ କ୍ଲାଉଡିଓଙ୍କୁ ୪ ଓ ସେହନାଜ୍‌ଙ୍କୁ ୨ ମ୍ୟାଚ୍‌ରୁ ନିଲମ୍ବିତ କରାଯାଇଛି। ଏଥି ସହିିତ କ୍ଲାଉଡିଓଙ୍କୁ ୩ ଲକ୍ଷ ଏବଂ ସେହନାଜ୍‌ଙ୍କୁ ୨ ଲକ୍ଷ ଟଙ୍କାର ଜରିମାନା ଦଣ୍ଡ ମଧ୍ୟ ମିଳିଛି। ଗତ ଡିସେମ୍ବର ୨୯ ତାରିଖରେ ଉଭୟ ଦିଲ୍ଲୀ ଓ ମୁମ୍ବାଇ ଦଳର ମୁକାବିଲା ବେଳେ ଉଭୟେ କ୍ଲାଉଡିଓ ଓ ସେହନାଜ୍‌ ପରସ୍ପର ବିପକ୍ଷରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ। ଫଳରେ ଶୃଙ୍ଖଳାଗତ ସମିତି ଉଭୟଙ୍କୁ ଦୋଷୀ ବିଚାର କରି ଦଣ୍ଡବିଧାନ କରିଛି।

ଗୋଆର ତୃତୀୟ ପରାଜୟ
ଗୌହାଟୀ: ଚଳିତ ଆଇଏସ୍‌ଏଲ୍‌ ଫୁଟବଲ୍‌ ପ୍ରତିଯୋଗିତାରେ ଗୋଆ ଏଫ୍‌ସି ତୃତୀୟ ପରାଜୟ ବରଣ କରିଛି। ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଶନିବାର ସଂଧ୍ୟାରେ ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଏହି ଦଳ ନର୍ଥ ଇଷ୍ଟ୍‍ ୟୁନାଇଟେଡ୍‌ ଏଫସିଠାରୁ ୨-୧ ଗୋଲ୍‌ରେ ପରାଜିତ ହୋଇଛି। ନର୍ଥଇଷ୍ଟ୍‍ ପକ୍ଷରୁ ମାର୍ସିନୋ, ସେମିଲେନ୍‌ ହଙ୍ଗେଲ ଗୋଲ୍‌ ଦେଇଥିଲା ବେଳେ ଗୋଆ ପକ୍ଷରୁ ମାନୁଏଲ୍‌ ଅରନା ଏକମାତ୍ର ଗୋଲ୍‌ ଦେଇଥିଲେ। ଏହି ୧୦ ଦଳୀୟ ପ୍ରତିଯୋଗିତାରେ ସଂପ୍ରତି ପୁନେ ପ୍ରଥମ, ଚେନ୍ନାଇ ଦ୍ୱିତୀୟ ଏବଂ ବେଙ୍ଗାଲୁରୁ ତୃତୀୟ ସ୍ଥାନରେ ରହିଛି। ମୁମ୍ବାଇ, ଗୋଆ, ଜାମସେଦପୁର, ଏଟିକେ କୋଲକାତା, କେରଳା, ନର୍ଥଇଷ୍ଟ ଓ ଦିଲ୍ଲୀ ପଞ୍ଚମରୁ ଦଶମ ସ୍ଥାନରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe