ଚେନ୍ନାଇ: ଗତଥରର ବିଜେତା ତଥା ସଫଳ ଦଳ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଆଇପିଏଲ୍ରେ ଲଗାତାର ତିନିଟି ପରାଜୟ ବରଣ କରି ଅଲୋଡ଼ା ହ୍ୟାଟ୍ରିକ୍ ହାସଲ କରିଛି। ଏଭଳି ଶୋଚନୀୟ ସ୍ଥିତି ଦଳର ପ୍ରଶଂସକଙ୍କୁ ବ୍ୟଥିତ କରିଛି। ସେଥିପାଇଁ ସେମାନେ ଏକଦା ଚେନ୍ନାଇ ବ୍ୟାଟିଂକ୍ରମର ମେରୁଦଣ୍ଡ ଥିବା ପୂର୍ବତନ ଭାରତୀୟ ବାମହାତୀ ବ୍ୟାଟର୍ ସୁରେଶ ରାଇନାଙ୍କୁ ଖୁବ୍ଶୀଘ୍ର ଦଳକୁ ଫେରାଇ ଆଣିବାକୁ ଆହ୍ବାନ କରିଛନ୍ତି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ରାଇନା ମଧ୍ୟ ଚେନ୍ନାଇ ପ୍ରଶଂସକଙ୍କ ଗହଣରେ ବେଶ୍ ଲୋକପ୍ରିୟ ଥିଲେ। ସେଥିପାଇଁ ତାଙ୍କୁ ଚେନ୍ନାଇ ପ୍ରଶଂସକମାନେ ‘ଚିନ୍ନା ଥଲା’ ବା ସାନ ଭାଇ ବୋଲି ଡାକୁଥିଲେ। ତେବେ କରୋନା କଟକଣା ପାଇଁ ଆଇପିଏଲ୍ର ୨୦୨୦ ସଂସ୍କରଣ ଅଧାରୁ ରାଇନା ୟୁଏଇ ଛାଡ଼ି ସ୍ବଦେଶ ଫେରି ଆସିଥିଲେ। ସେବେଠାରୁ ଚେନ୍ନାଇ ଓ ତାଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା। ଏପରିକି ଚଳିତ ବର୍ଷର ଆଇପିଏଲ୍ ନିଲାମରେ ରାଇନାଙ୍କୁ ଚେନ୍ନାଇ କିଣି ନଥିଲା। ଅନ୍ୟ କୌଣସି ଦଳ ମଧ୍ୟ ତାଙ୍କୁ ନେଇ ନଥିଲେ। ସୂଚନାଯୋଗ୍ୟ ଯେ ରାଇନା ଖେଳି ନଥିବା ୨୨ ମ୍ୟାଚ୍ରୁ ଚେନ୍ନାଇ ୧୪ଟିରେ ପରାଜୟ ବରଣ କରିଛି। ଚେନ୍ନାଇର ଚୂଡ଼ାନ୍ତ ଏକାଦଶରେ ରାଇନା ନଥିଲା ବେଳେ ଦଳର ସଫଳତା ହାର ରହିଛି ମାତ୍ର ୩୬.୩୬ ପ୍ରତିଶତ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us