ଚେନ୍ନାଇ ସୁପରକିଙ୍ଗ୍ସ ଶୁକ୍ରବାର ତା’ର ନୂଆ ଘର ପୁନେରେ ପ୍ରଥମ ମ୍ୟାଚ୍ ଖେଳିବ। ଚେନ୍ନାଇର ଭଦ୍ର ଏବଂ ମାର୍ଜିତ ପ୍ରଶଂସକଙ୍କ ପାଇଁ ଏହା ଅତ୍ୟନ୍ତ ଦୁଃଖଦ ଖବର। ବିନା ଦୋଷରେ ସେମାନେ ନିଜ ପ୍ରିୟ ଦଳର ଖେଳ ଦୀର୍ଘ ଦୁଇ ବର୍ଷ ପର୍ଯ୍ୟନ୍ତ ଦେଖିବାରୁ ବଞ୍ଚିତ ହୋଇଥିଲେ। ଚଳିତ ବର୍ଷ ଲିଗ୍କୁ ଫେରି ଏମ ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଚେନ୍ନାଇ ପ୍ରଥମ ବିଜୟ ହାସଲ କରିବା ପରେ ସେମାନଙ୍କ କ୍ରିକେଟ୍ କ୍ଷୁଧା କିଛି ମାତ୍ରାରେ ମେଣ୍ଟିଥିଲା। ହେଲେ ମୁଁ ଏଠାରେ କହିରଖେ ଯେ ଆମେ ପରସ୍ପରର ଗୋଡ଼ ଟଣାରେ ପୂରା ଓସ୍ତାଦ ଏବଂ ଚେନ୍ନାଇ ସୁପରକିଙ୍ଗ୍ସ କ୍ଷେତ୍ରରେ ତାହାହିଁ ଘଟିଥିଲା। କ୍ରିକେଟ୍ ସହ କୌଣସି ସଂପର୍କ ନଥିବା କିଛି ହାତଗଣତି ଲୋକଙ୍କ ପାଇଁ ଚେନ୍ନାଇ ମ୍ୟାଚ୍ ପୁନେ ସ୍ଥାନାନ୍ତର ହେଲା। ସେମାନଙ୍କ ଚାପ ଆଗରେ ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା ଅଧିକାରୀମାନେ ମଧ୍ୟ ମୁଣ୍ଡ ନୁଆଁଇଲେ। ସେଥିପାଇଁ ଚନ୍ନାଇ ପ୍ରଶଂସକଙ୍କୁ ଆସନ୍ତାକାଲିର ରାଜସ୍ଥାନ-ଚେନ୍ନାଇ ମ୍ୟାଚ୍କୁ ଟେଲିଭିଜନ ପରଦାରେ ଦେଖି ମନ ଶାନ୍ତ କରିବାକୁ ହେବ। ଚେନ୍ନାଇର ପୁଣି ଥରେ ବିଜେତା ହେବାର ଜିଦ ଉପରେ କିନ୍ତୁ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ମୋର ବିଶ୍ୱାସ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ହିଁ ଏହି କ୍ଷେତ୍ରରେ ପ୍ରେରଣା ଦାୟକ ଭୂମିକା ନେବେ। ପିଠି ଯନ୍ତ୍ରଣା ସତ୍ତ୍ୱେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସେ ଏକ ଜବରଦସ୍ତ ପାଳି ଖେଳିଥିଲେ। ଏହା ପରେ କିଛି ଦିନର ବିଶ୍ରାମ ପାଇ ଥିବାରୁ ଧୋନି ଏବେ ଶତପ୍ରତିଶତ ସୁସ୍ଥ ହୋଇ ଯାଇଥିବେ ବୋଲି ମୋର ଆଶା। ଚେନ୍ନାଇ କିଛି ମ୍ୟାଚ୍ରେ ଅସାଧାରଣ କ୍ରିକେଟ୍ ଖେଳିଛି। କେତେକରେ ଅତି ସାଧାରଣ ଖେଳ ବି ଖେଳିଛି। ଏହି ଦଳରେ କିନ୍ତୁ ଏମିତି ଦୁଇ ତିନି ଜଣ ଖେଳାଳି ଅଛନ୍ତି ଯିଏ ଯେ କୌଣସି ମୁହୂର୍ତରେ ମ୍ୟାଚ୍ର ମୋଡ଼ ବଦଳାଇ ଦେବାର ଦକ୍ଷତା ରଖନ୍ତି। ରାଜସ୍ଥାନ ପାଖରେ ମଧ୍ୟ ବେନ୍ ଷ୍ଟୋକ୍ସଙ୍କ ଭଳି ବହୁମୂଲ୍ୟ ଖେଳାଳି ରହିଛନ୍ତି। ଏହି ଦଳର ଯୁବ ତାରକା ସଞ୍ଜୁ ସାମସନଙ୍କ ଭଳି ଖେଳାଳିଙ୍କୁ ମିଷ୍ଟର ଥ୍ରୀ ସିକ୍ସଷ୍ଟି ଏବି ଡିଭିଲିୟର୍ସ ମଧ୍ୟ ଉଚ୍ଚ ପ୍ରଶଂସା କରି ସାରିଛନ୍ତି। ପୁନେ ପିଚ୍ ସଧାରଣତଃ ବ୍ୟାଟରଙ୍କୁ ସୁହାଇଥାଏ। ପ୍ରାୟ ସବୁ ବଲ୍ ବ୍ୟାଟ୍କୁ ଆସିଥାଏ। ହେଲେ ବଡ଼ ପ୍ରଶ୍ନ ହେଲା ସେମାନେ ପିଚ୍ ପ୍ରସ୍ତୁତ କରିବାକୁ ପର୍ଯ୍ୟାପ୍ତ ସମୟ ପାଇଛନ୍ତିି କି? (ପିଏମଜି/ଇଏସ୍ପି)
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us