ଆଇପିଏଲ୍‌: ଟସ୍‌ ଜିଣି ଚେନ୍ନାଇର ବୋଲିଂ ନିଷ୍ପତ୍ତି, ଆର୍‌ସିବିର ବ୍ୟାଟିଂ ଜାରି

Advertisment
କୋହଲିଙ୍କ ବ୍ରାଣ୍ଡ୍ ମୂଲ୍ୟ ଖସିଲା, ଧୋନିଙ୍କ ବଢ଼ିଲା

Photo: Scroll.in

ସାର୍‌ଜା: ଚଳିତ ୟୁଏଇ ଚରଣ ଆଇପିଏଲ୍‌ରେ ଶୁକ୍ରବାର ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ମୁହାଁମୁହିଁ ହୋଇଛନ୍ତି। ଏହି ଚରଣରେ ଉଭୟ ଦଳ ନିଜ ନିଜର ଦ୍ଵିତୀୟ ମ୍ୟାଚ୍‌ ଖେଳୁଛନ୍ତି। ଆଜି ସାର୍‌ଜା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ବିରାଟ କୋହଲିଙ୍କ ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟିଂ କରିଛି।

ପଏଣ୍ଟ୍‌ ତାଲିକାରେ ଆରସିବି ତୃତୀୟ ସ୍ଥାନରେ ରହିଥିଲା ବେଳେ ସିଏସ୍‌କେ ଦ୍ଵିତୀୟ ସ୍ଥାନରେ ଅଛି। ଆରସିବି ୮ ମ୍ୟାଚ୍‌ ଖେଳି ୫ ବିଜୟ ପାଇଥିଲା ବେଳେ ସିଏସ୍‌କେ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ୬ ବିଜୟ ହାସଲ କରିଛି।

ୟୁଏଇ ଚରଣରେ ନିଜର ପ୍ରଥମ ମ୍ୟାଚ୍‌ରେ ଆରସିବି ଶୋଚନୀୟ ଭାବେ କୋଲକାତା ନାଇଟ୍‌ ରାଇଡର୍ସ ନିକଟରୁ ହାରିଯାଇଥିଲା ବେଳେ ସିଏସ୍‌କେ ସହଜରେ ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସକୁ ପରାସ୍ତ କରିଥିଲା। ତେଣୁ ଆଜିିର ମୁକାବିଲା ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ଗୋଟିଏ ପଟେ ଏହି ମ୍ୟାଚ୍‌ ଜିତି ନକ୍‌ଆଉଟ୍‌ ପର୍ଯ୍ୟାୟରେ ନିଜର ସ୍ଥିତି ଦୃଢ଼ କରିବାରେ ଆଉ ଗୋଟିଏ ପାଦ ବାଇବାକୁ ସିଏସ୍‌କେ ଲକ୍ଷ୍ୟ ରଖିଥିଲା ବେଳେ ପରାଜୟ ଗ୍ଲାନିରୁ ବାହାରି ବିଜୟ ଧାରାକୁ ଫେରିବାକୁ ଆରସିବି ବ୍ୟାକୁଳିତ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe