ଆଇପିଏଲ୍‌: କୋଲକାତାକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ପହଂଚିଲା ଚେନ୍ନାଇ 

Advertisment
ଆଇପିଏଲ୍‌: କୋଲକାତାକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷରେ ପହଂଚିଲା ଚେନ୍ନାଇ 

Photo: IPL Twitter

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ୩୮ତମ ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନୀଙ୍କ ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍‌ସ  ଆଜି କୋଲକାତା ନାଇଟ୍‌ ରାଇଡର୍ସକୁ ୨ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଏଥି ସହିତ ଚେନ୍ନାଇ ପଏଣ୍ଟ ଟେବୁଲରେ ପୁଣି ଥରେ ଶୀର୍ଷ ସ୍ଥାନରେ ପହଂଚିଛି। ଚେନ୍ନାଇ ଚଳିତ ସଂସ୍କରଣର ଆଇଏପିଏଲ୍‌ରେ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳିଛି। ଏଥିରୁ ୮ଟି ମ୍ୟାଚ ଜିତିଛି। କୋଲକାତା ମଧ୍ୟ ୧୦ଟି ମ୍ୟାଚ୍‌ ଖେଳିଛି କିନ୍ତୁ ୪ଟି ମ୍ୟାଚରେ ବିଜୟ ହାସଲ କରିଛି। ଫଳରେ କୋଲକାତାକୁ ପଏଣ୍ଟ ଟେବୁଲରେ ୪ର୍ଥ ସ୍ଥାନ ମିଳିଛି।

ଆବୁଧାବିରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ କୋଲକାତା ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଏବଂ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ ହରାଇ ୧୭୧ ରନ୍‌ ସଂଗ୍ରହ କରିଥିଲା। ଫଳରେ ଚେନ୍ନାଇକୁ ୧୭୨ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ଚେନ୍ନାଇ ପାଇଁ ଓପନର ଦ୍ୱୟ ଋତୁରାଜ ଗାୟକଓ୍ଵଡ ଓ ଫାଫ୍‌ ଡୁପ୍ଲେସିସ୍‌ ପ୍ରଥମ ଓ୍ଵିକେଟରେ ୭୪ ରନ୍‌ ସଂଗ୍ରହ କରିଥିଲେ। ଋତୁରାଜ ୨୮ଟି ବଲ ଖେଳି ୪୦ ରନ୍‌ କରିଥିଲେ। ଏଥିରେ ୨ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ଡୁପ୍ଲେସିସ ୩୦ଟି ବଲ ଖେଳି ୭ଟି ଚୌକା ବଳରେ ୪୩ ରନ୍‌ କରିଥିଲେ। ମୋଇନ୍‌ ଅଲିଙ୍କ ବ୍ୟାଟରୁ ଚେନ୍ନାଇକୁ ୩୨ ରନ୍‌ ମିଳିଥିଲା। ସେହିପରି ଅମ୍ବାତି ରାୟଡୁ ୧୦ ରନ୍‌, ସୁରେଶ ରାଇନା ୧୧ ରନ୍‌, ରବୀନ୍ଦ୍ର ଜାଦେଜା ୨୨ ରନ୍‌ ସଂଗ୍ରହ କରିଥିଲେ।

ପ୍ରଥମ ଇନିଂସରେ କୋଲକାତା ପକ୍ଷରୁ ରାହୁଲ ତ୍ରିପାଠୀ ବ୍ୟକ୍ତିଗତ ଭାବେ ସର୍ବାଧିକ ୪୫ ରନ୍‌ ସଂଗ୍ରହ କରିଥିଲେ। ସେ ୩୩ଟି ବଲ୍‌ର ସମ୍ମୁଖୀନ ହୋଇ ୪ଟି ଚୌକା ଓ ଗୋଟିଏ ଛକା ବଳରେ ଏହି ରନ୍‌ ସଂଗ୍ରହ କରିଥିଲେ। ନୀତିଶ ରାଣା ଅପରାଜିତ ୩୭ ରନ୍‌ ଦଳ ପାଇ ଯୋଗାଡ଼ କରିଥିବା ବେଳେ ଦିନେଶ କାର୍ତ୍ତିକ ୨୬ ରନ୍‌, ଆନ୍ଦ୍ରେ ରସେଲ ୨୦ ରନ୍‌, ଭେଙ୍କଟେସ୍‌ ଆୟର ୧୮ ରନ୍‌ ଓ ଶୁଭମନ ଗିଲ ୯ ରନ୍‌ କରିଥିଲେ। ଚେନ୍ନାଇ ସୁପର କିଙ୍ଗ୍‌ସ ତରଫରୁ ଜୋସ ହେଜେଲଉଡ ଓ ଶାର୍ଦ୍ଦୁଲ ଠାକୁର ୨-୨ଟି ଓ୍ଵିକେଟ୍‌ ନେଇଥିବା ବେଳେ ରବୀନ୍ଦ୍ର ଜାଦେଜା ଗୋଟିଏ ଓ୍ଵିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe