ଆଇପିଏଲ୍‌: ପଂଜାବକୁ ୯ ଓ୍ଵିକେଟ୍‌ରେ ପରାସ୍ତ କଲା ଚେନ୍ନାଇ

Advertisment
ଆଇପିଏଲ୍‌: ପଂଜାବକୁ ୯ ଓ୍ଵିକେଟ୍‌ରେ ପରାସ୍ତ କଲା ଚେନ୍ନାଇ

Photo: IPL Twitter

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌‌)-୧୩ର ୫୩ତମ ମ୍ୟାଚ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଂଜାବ ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗସ୍‌ ୯ ଓ୍ଵିକେଟ୍‌ରେ ବିଜୟୀ ହୋଇଛି। ଆବୁଧାବିର ଶେଖ୍‌ ଜୟେଦ୍‌ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଚେନ୍ନାଇ ୧୮.୫ ଓଭରରେ ଗୋଟିଏ ଓ୍ଵିକେଟ୍‌ ହରାଇ ୧୫୪ ରନ୍‌ ସଂଗ୍ରହ କରିଛି। ଓପନର ଋତୁରାଜ ଗାଏକ୍ବାଡଙ୍କ ଅପରାଜିତ ଅର୍ଦ୍ଧଶତକ (୬୨ ରନ୍‌, ୪୯ ବଲ, ୬ ଚୌକା ଓ ୧ ଛକା) ଓ ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ୪୮ ରନ୍‌ ଦଳକୁ ସହଜ ବିଜୟ ଦେଇଛି। ଏଥି ସହିତ ଅମ୍ବାତି ରାୟଡୁ ୩୦ଟି ବଲ ଖେଳି ୩୦ ରନ୍‌ ଯୋଡ଼ିଛନ୍ତି।

ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୀପକ ହୁଡ୍ଡାଙ୍କ ଅପରାଜିତ ଅର୍ଦ୍ଧଶତକ (୬୨ ରନ୍‌, ୩୦ ବଲ, ୩ ଚୌକା, ୪ ଛକା) ବଳରେ ପଂଜାବ୍‌ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ଟି ଓ୍ଵିକେଟ୍‌ ହରାଇ ୧୫୩ରନ୍‌ ସଂଗ୍ରହ କରିଥିଲା।

ପଂଜାବର ଇନିଂସ ଆରମ୍ଭ କରିବାକୁ ଆସିଥିଲେ ଅଧିନାୟକ କେଏଲ୍‌ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ। ଉଭୟ ଖେଳାଳି ସ୍କୋର ୬୨ ରନ୍‌ରେ ଆଉଟ୍‌ ହୋଇଯାଇଥିଲେ। ସ୍କୋର ୪୮ ରନ୍‌ରେ ମୟଙ୍କ ଅଗ୍ରଓ୍ଵାଲ (୨୬ ରନ୍‌)ଙ୍କ ଆଉଟ ପଂଜାବକୁ ପ୍ରଥମ ଝଟକା ଲାଗିଥିଲା। ଚେନ୍ନାଇର ୨ୟ ଶିକାର ହୋଇଥିଲେ କେଏଲ୍‌ ରାହୁଲ (୨୯ ରନ୍‌)।

ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ମାତ୍ର ୧୨ ରନ୍‌ ସଂଗ୍ରହ କରି ଶାର୍ଦ୍ଦୁଲ ଠାକୁରଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଥିଲେ। ନିକୋଲାସ ପୂରନ ୨ ରନ୍‌, ମନ୍ଦୀପ ସିଂହ ୧୪ ରନ୍‌, ଜେମୀ ନୀସମ୍‌ ୨ ରନ୍‌ ଓ କ୍ରିସ୍‌ ଜେର୍ଡାନ ୪ ରନ୍‌ କରିଥିଲେ। ଚେନ୍ନାଇଣ ଲୁଙ୍ଗି ଏନ୍‌ଗିଡି ୩ଟି ଓ୍ଵିକେଟ୍‌ ନେଇଥିବା ବେଳେ ଶାର୍ଦ୍ଦୁଲ ଠାକୁର ଓ ଇମ୍ରାନ୍‌ ତାହିରଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe