ଚେସ୍‌ ଅଲିମ୍ପିଆଡ୍‌: ଭାରତ ସ୍ବର୍ଣ୍ଣ ପଦକ ନିକଟତର

Advertisment

ଏଠାରେ ଚାଲିଥିବା ୪୫ତମ ଚେସ୍‌ ଅଲିମ୍ପିଆଡ୍‌ରେ ଭାରତୀୟ ପୁରୁଷ ଦଳର ବିଜୟ ଧାରା ଜାରି ରହିଛି। ଅ‌ଷ୍ଟମ ରାଉଣ୍ଡରେ ଇରାନ୍‌କୁ ୩.୫-୦.୫ରେ ପରାସ୍ତ କରି ଭାରତ ସ୍ବର୍ଣ୍ଣ ପଦକର ନିକଟତର ହୋଇଛି।

ଏଠାରେ ଚାଲିଥିବା ୪୫ତମ ଚେସ୍‌ ଅଲିମ୍ପିଆଡ୍‌ରେ ଭାରତୀୟ ପୁରୁଷ ଦଳର ବିଜୟ ଧାରା ଜାରି ରହିଛି। ଅ‌ଷ୍ଟମ ରାଉଣ୍ଡରେ ଇରାନ୍‌କୁ ୩.୫-୦.୫ରେ ପରାସ୍ତ କରି ଭାରତ ସ୍ବର୍ଣ୍ଣ ପଦକର ନିକଟତର ହୋଇଛି।

ଅରାତି ମହାନ୍ତି ସ୍ମାରକୀ ଚେସ୍‌: ୭ ମିଳିତ ଆଗୁଆ

ବୁଦାପେଷ୍ଟ: ଏଠାରେ ଚାଲିଥିବା ୪୫ତମ ଚେସ୍‌ ଅଲିମ୍ପିଆଡ୍‌ରେ ଭାରତୀୟ ପୁରୁଷ ଦଳର ବିଜୟ ଧାରା ଜାରି ରହିଛି। ଅ‌ଷ୍ଟମ ରାଉଣ୍ଡରେ ଇରାନ୍‌କୁ ୩.୫-୦.୫ରେ ପରାସ୍ତ କରି ଭାରତ ସ୍ବର୍ଣ୍ଣ ପଦକର ନିକଟତର ହୋଇଛି। ଡି ଗୁକେଶ, ଅର୍ଜୁନ ଇରିଗାସି ଓ ବିଦିତ ଗୁଜୁରାଟୀ ଯଥାକ୍ରମେ ପର୍ହମ ମଘସୁଦଲୁ, ବର୍ଦିୟା ଦାନେସ୍‌ଭର ଓ ଇଦାନି ପୌୟାଙ୍କୁ ପରାସ୍ତ କରିଛନ୍ତି। ଆର୍‌ ପ୍ରଜ୍ଞାନନ୍ଦ ଓ ଅମିନ ତାବା‌ଟାବେଇଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ଅମୀମାଂସିତ ରହିଛି। ଏହି ବିଜୟ ଫଳରେ ଅଷ୍ଟମ ରାଉଣ୍ଡ ସୁଦ୍ଧା ଭାରତ ୧୬ ପଏଣ୍ଟରେ ଏକକ ଅଗ୍ରଣୀ ବଜାୟ ରଖିଛି। ଅର୍ଜୁନ ମଧ୍ୟ ଏହି ରାଉଣ୍ଡରେ ବିଜୟ ପାଇ ୨୮୦୦ ରେଟିଂ ନିକଟତର ହୋଇଛନ୍ତି। ୮ ମ୍ୟାଚ୍‌ରୁ ସେ ୭.୫ ପଏଣ୍ଟ ଅମଳ କରିସାରିଥିଲା ବେ‌ଳେ ଏବେ ୨୭୯୩ ରେଟିଂ ପଏଣ୍ଟରେ ପହଞ୍ଚିଛନ୍ତି। ଯଦି ସେ ୨୮୦୦ ପଏଣ୍ଟ ଅତିକ୍ରମ କରିଯିବେ, ତାହେଲେ ବିଶ୍ବର ଷୋଡ଼ଶ ତଥା ଦ୍ବିତୀୟ ଭାରତୀୟ ଭାବେ ଏହି ମାଇଲ୍‌ଖୁଣ୍ଟରେ ପହଞ୍ଚିବେ। ପୂର୍ବରୁ କେବଳ ବିଶ୍ବନାଥନ ଆନନ୍ଦ ପ୍ରଥମ ଭାରତୀୟ ଭାବେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଅର୍ଜୁନଙ୍କ ପଛକୁ ଗୁକେଶ ମଧ୍ୟ ଏହି ମାଇଲଖୁଣ୍ଟର ନିକଟତର ହୋଇଛନ୍ତି। ସେ ୨୭୮୫ ପଏଣ୍ଟ ପାଇଛନ୍ତି। 

ଅନ୍ୟପକ୍ଷରେ ମହିଳା ଦଳ ପ୍ରଥମ ଥର ପରାଜୟର ସାମ୍ନା କରିଛି। ଅଷ୍ଟମ ରାଉଣ୍ଡରେ ପୋଲାଣ୍ଡ ନିକଟରୁ ଭାରତ ୧.୫-୨.୫ରେ ପରାଜିତ ହୋଇଛି। ପରାଜୟ ସତ୍ତ୍ବେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। ଭାରତ ପଛକୁ ପୋଲାଣ୍ଡ ଓ କାଜାଖସ୍ତାନ ୧୪ ପଏଣ୍ଟ ଲେଖାଏଁ ପାଇ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି। ଏହି ରାଉଣ୍ଡରେ ଭାରତର ଦିବ୍ୟା ଦେଶମୁଖ ଏକମାତ୍ର ଖେଳାଳି ଭାବେ ବିଜୟ ପାଇଥିଲା ବେଳେ ବନ୍ତିକା ଅଗ୍ରୱାଲ-ଅଲିସ୍‌ଜା ସ୍ଲିୱିକାଙ୍କ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଡି ହାରିକା ଓ ଆର୍‌ ବୈଶାଳୀ ନିଜନିଜ ମ୍ୟାଚ୍‌ ହାରିଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe