ବାତୁମି (ଜର୍ଜିଆ): ଗତ ୨୩ ତାରିଖରୁ ଏଠାରେ ଚାଲିଥିବା ୪୩ତମ ଚେସ୍ ଅଲିମ୍ପିଆଡ୍ରେ ଭାରତର ଉଭୟ ମହିଳା ଓ ପୁରୁଷ ଦଳ କ୍ରମାଗତ ବିଜୟ ହାସଲ କରିଛନ୍ତି। ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍କୁ ୪-୦ରେ ପରାସ୍ତ କରିଥିବା ମହିଳା ଦଳ ଦ୍ବିତୀୟ ମ୍ୟାଚ୍ରେ ଭେନେଜୁଏଲାକୁ ମଧ୍ୟ ସମାନ ୪-୦ ବ୍ୟବଧାନରେ ପରାସ୍ତ କରିଦେଇଛି। ମହିଳା ଦଳରେ ସାମିଲ ଥିବା ଓଡ଼ିଆ ଝିଅ ପଦ୍ମିନୀ ରାଉତ ବ୍ୟକ୍ତିିଗତ ଭାବେ ଦ୍ବିତୀୟ ବିଜୟ ପାଇଛନ୍ତି। ପ୍ରଥମ ମ୍ୟାାଚ୍ରେ ନ୍ୟୁଜିଲାଣ୍ଡ୍ର କ୍ବିନ୍ ନିକୋଲେ ସୁ ୟୁ’ଙ୍କୁ ହରାଇଥିବା ପଦ୍ମିନୀ ଦ୍ବିତୀୟ ମ୍ୟାଚ୍ରେ ଭେନେଜୁଏଲାର କୋରାଲ୍ସ ପାଟିନୋ ଗାର୍ସିଆଙ୍କୁ ପରାସ୍ତ କରିଥିଲେ। ଅନ୍ୟପକ୍ଷରେ ପ୍ରଥମ ମ୍ୟାଚ୍ରେ ଏଲ୍ ସାଲ୍ଭାଡୋରକୁ ୩.୫-୦-୫ରେ ପରାସ୍ତ କରିଥିବା ପୁରୁଷ ଦଳ ଦ୍ବିତୀୟ ମ୍ୟାଚ୍ରେ ଅଷ୍ଟ୍ରିଆକୁ ମଧ୍ୟ ସମାନ ୩.୫-୦.୫ରେ ହରାଇଦେଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us