ଛେତ୍ରୀ, ମନୀଷା ବର୍ଷର ଶ୍ରେଷ୍ଠ ଫୁଟ୍‌ବଲର୍‌

Advertisment
ଛେତ୍ରୀଙ୍କ ବିଦାୟୀ ମ୍ୟାଚ୍‌: ବିଜୟ ଉପହାର ଦେବା ଲକ୍ଷ୍ୟରେ ଭାରତ

The Bridge

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ସୁନିଲ ଛେତ୍ରୀ ଏବଂ ମନୀଷା କଲ୍ୟାଣ ସର୍ବଭାରତୀୟ ଫୁଟ୍‌ବଲ ସଂଘ (ଏଆଇଏଫ୍‌ଏଫ୍‌) ଦ୍ବାରା ବର୍ଷର ଶ୍ରେଷ୍ଠ ପୁରୁଷ ଓ ମହିଳା ଖେଳାଳି ବିବେଚିତ ହୋଇଛନ୍ତି। ଉଭୟେ ୨୦୨୧-୨୨ ବର୍ଷ ପାଇଁ ଶ୍ରେଷ୍ଠ ଫୁଟ୍‌ବଲର୍‌ ସମ୍ମାନ ପାଇବେ। ଛେତ୍ରୀ ସପ୍ତମ ଥର ପାଇଁ ଏହି ସମ୍ମାନ ପାଇବାକୁ ଯାଉଥିଲା ବେଳେ ମନୀଷା ପ୍ରଥମ ଥର ପାଇଁ ଗୌରବ ହାସଲ କରିଛନ୍ତି। ଉଭୟ ଛେତ୍ରୀ ଏବଂ କଲ୍ୟାଣଙ୍କ ନାମ ସେମାନଙ୍କ ଜାତୀୟ ପ୍ରଶିକ୍ଷକ ଇଗୋର ଷ୍ଟିମାକ ଏବଂ ଥୋମାସ ଡେନର୍ବି ସୁପାରିସ କରିଥିଲେ। ସୁନିଲ ଆମର ସର୍ବାଧିକ ଗୋଲ୍‌ ସ୍କୋରର୍‌। ସାଫ୍‌ କପ୍‌ରେ ସେ ୫ ଗୋଲ୍‌ କରିଥିଲା ବେଳେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସେ ମଧ୍ୟ ଏଏଫ୍‌ସି ଏସୀୟ କପ୍‌ ଯୋଗ୍ୟତା ପର୍ଯ୍ୟାୟରେ ୩ ମ୍ୟାଚ୍‌ରୁ ୪ ଗୋଲ୍‌ କରିଥିଲେ। ତାଙ୍କ ପ୍ରତିଶୃତିବଦ୍ଧତା, ନେତୃତ୍ବ, ଶୃଙ୍ଖଳା ଏବଂ କଠିନ ପରିଶ୍ରମ ଉଭୟ ଖରାପ ଓ ଭଲ ସମୟ ସାରା ପ୍ରଭାବୀ ରହିଥିଲା ବୋଲି ଷ୍ଟିମାକ କହିଥିଲେ। ସଂପ୍ରତି ସକ୍ରିୟ ଆନ୍ତର୍ଜାତିକ ଖେଳାଳିଙ୍କ ମଧ୍ୟରେ ତୃତୀୟ ସର୍ବାଧିକ ଗୋଲ୍‌ ସ୍କୋରର୍‌ ରହିଥିବା ଛେତ୍ରୀ ପ୍ରଥମ ଥର ପାଇଁ ୨୦୦୭ରେ ଏହି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ।

ଏହାପରେ ୨୦୧୧, ୨୦୧୩, ୨୦୧୪, ୨୦୧୭, ୨୦୧୮ ଓ ୨୦୧୯ ଋତୁ ପାଇଁ ଶ୍ରେଷ୍ଠ ଖେଳାଳି ସମ୍ମାନ ହାତେଇଥିଲେ। ମନୀଷା ୨୦୨୦-୨୧ ଋତୁରେ ଉଦୀୟମାନ ମହିଳା ଫୁଟ୍‌ବଲର ପୁରସ୍କାର ପାଇଥିଲେ। ଏହି ଦୁଇ ଜଣଙ୍କ ବ୍ୟତୀତ ଏଆଇଏଫ୍‌ଏଫ୍‌ ଦ୍ବାରା ମାର୍ଟିନା ଥୋକ୍‌‌ଚୋମ୍‌ (ଉଦୀୟମାନ ମହିଳା ଫୁଟ୍‌ବଲର୍‌), ବିକ୍ରମ ପ୍ରତାପ ସିଂହ (ଉଦୀୟମାନ ପୁରୁଷ ଫୁଟ୍‌ବଲର୍‌), କ୍ରିଷ୍ଟାଲ ଜନ୍‌ (ଶ୍ରେଷ୍ଠ ରେଫରି) ଏବଂ ଉଜ୍ଜଲ ହାଲ୍‌ଦର (ଶ୍ରେଷ୍ଠ ସହକାରୀ ରେଫରି) ନିଜ ନିଜ ବର୍ଗରେ ବର୍ଷର ଶ୍ରେଷ୍ଠ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe