ବୀରମହାରାଜପୁର: ୨୮ ତମ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ୍ କପ୍ର ଦ୍ଵିତୀୟ ମ୍ୟାଚ୍ରେ ଛତିଶଗଡ଼ ଟିମ୍ ସୋମବାର ଏନ୍ସିଏ ବିଶାଖାପାଟନାକୁ ହରାଇ ସେମିଫାଇନାଲରେ ପହଞ୍ଚିଛି। ସୁବର୍ଣ୍ଣପୁରଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ହାଇସ୍କୁଲ ଖେଳ ପଡ଼ିଆରେ ଜାରି ଥିବା ଏହି ଟୁର୍ଣ୍ଣାମେଣଟରେ ବିଶାଖାପାଟନା ଟସ୍ ଜିଣି ଛତିଶଗଡ଼କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଛତିଶଗଡ଼ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୨୧୭ ରନ୍ କରିଥିଲା। ଦଳର ଶଶାଙ୍କ ଚନ୍ଦ୍ରାକର ୫୫ବଲ୍ରୁ ୧୨୧ ରନ୍ କରିଥିବା ବେଳେ ବିପକ୍ଷ ବିଶାଖାପାଟନାର ଚନ୍ଦୁ ପ୍ରୀତମ ୩ଟି ଓ ଭି.ଶଙ୍କର ୨ଟି ୱିକେଟ୍ ନେଇଥିଲେ। ଜବାବରେ ବିଶାଖାପାଟନା ଦଳ ୧୫.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୯୮ ରନ୍ରେ ଅଟକିଥିଲା। ଦଳର ଭି.ଶଙ୍କର ୨୧ ଓ କିଟ୍ଟୁ ୨୦ ରନ୍ କରିଥିଲେ। ବିପକ୍ଷ ଛତିଶଗଡ଼ ଦଳର ଶଶାଙ୍କ ତିୱାରୀ ୩ଟି ୱିକେଟ୍ ନେଇଥିଲେ।
ଏହି ଖବର ପଢ଼ନ୍ତୁ: ଇଲେକ୍ଟ୍ରୋନିକ୍ସ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ; କାରଣ ଅସ୍ପଷ୍ଟ
ଟୁର୍ଣ୍ଣାମେଣ୍ଟର ତୃତୀୟ ଦିବସରେ ମଙ୍ଗଳବାର ଭୁବନେଶ୍ବରର ସ୍ପାର୍ଟନକୁ ଝାଡ଼ଖଣ୍ଡର ହଜାରିବାଗ ପାନ୍ଥର କ୍ରିକେଟ୍ କ୍ଲବ୍ ଭେଟିବ ବୋଲି ଆୟୋଜକ ସଭାପତି ସୁଶିଲ ପ୍ରଧାନ ପ୍ରକାଶ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କ ପରଲୋକ
ଦ୍ଵିତୀୟ ଫର୍ମାଟ ‘ଟି-୧୦ ମ୍ୟାଚ୍’ରେ ଛତିଶଗଡ଼ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୯ ୱିକେଟ୍ ହରାଇ ୧୦୯ ରନ୍ କରିଥିଲା। ଦଳର ୟଶ ଠାକୁର ସର୍ବାଧିକ ୨୩ ରନ୍ କରିଥିଲେ। ସେହିପରି ଶଶାଙ୍କ ତିୱାରୀ ଓ ବିଟ୍ଟୁ ଉଭୟ ୧୫ ରନ୍ ଲେଖାଏଁ ଦଳୀୟ ଖାତାରେ ଯୋଡ଼ିଥିଲେ। ବିପକ୍ଷ ଦଳର ଡି. ଗାଙ୍ଗୁ ନାଇଡୁ ୩ଟି ଉଇକେଟ ନେଇଥିଲେ। ଜବାବରେ ବିଶାଖାପାଟନା ନିର୍ଦ୍ଧାରିତ ୧୦ ଓଭରରେ ୫ ୱିକେଟ୍ ହରାଇ ୧୦୧ ରନ୍ କରିଥିଲା। ଦଳର ବି.ଶଙ୍କର ୨୪ ଓ ଲୋକେଶ ବର୍ମା ୨୩ ରନ୍ କରିଥିଲେ। ବିପକ୍ଷ ଛତିଶଗଡ଼ର ଶଶାଙ୍କ ତିୱାରୀ ୩ଟି ୱିକେଟ୍ ନେ଼ଇଥିଲେ। ଉଭୟ ଫର୍ମାଟ୍ରେ ବିଜୟୀ ହୋଇ ଛତିଶଗଡ଼ ମ୍ୟାଚ୍ର ବିଜେତା ଭାବେ ପ୍ରଥମ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି।
ଏହି ଖବର ପଢ଼ନ୍ତୁ: ହସିନାଙ୍କ ପ୍ରତ୍ୟାର୍ପଣ ଦାବି ଉପରେ କ’ଣ କହିଲା ଭାରତ ?
/sambad/media/media_files/2024/12/23/Kx6HCRd7WwH60oOUvleD.jpg)
ଶିକ୍ଷାବିତ୍ ପ୍ରାଣବନ୍ଧୁ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କୃାର ବିତରଣ ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ଉପସଭାପତି କିଶୋର ହୋତା, ଆଇନଜୀବୀ ଇଂ.ଆଶ୍ରୟ ମହାନନ୍ଦ, ସ୍ବେଚ୍ଛାସେବୀ ସୁବାସ ପଣ୍ଡା ଓ ସଞ୍ଜୟ ବଡ଼ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛତିଶଗଡ଼ର ଶଶାଙ୍କ ଚନ୍ଦ୍ରାକରଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ୍ରେ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ପୃଥ୍ବୀରାଜ ମିଶ୍ର ଓ ବିଶ୍ୱଜିତ ପୁରୋହିତ ଅମ୍ପାୟାର, ଜୟ ପ୍ରକାଶ ସାହୁ ସ୍କୋରିଙ୍ଗ, ଶୁଭେନ୍ଦୁ ଶେଖର ସାହୁ ଓ ଅଂଶୁମାନ ସାହୁ ଅନ୍ଲାଇନ୍ ସ୍କୋରିଙ୍ଗ ଏବଂ ପୀତାମ୍ବର ସାହୁ, ମାନସ ନନ୍ଦ ଓ ପ୍ରାଣବନ୍ଧୁ ସାହୁ ଧାରା ଧାରାବିବରଣୀ ପ୍ରଦାନ କରିଥିଲେ।
ଏହି ଖବର ପଢ଼ନ୍ତୁ: ପ୍ରେମିକା ଲରେନ୍ ସାଞ୍ଚେଜଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ଜେଫ୍ ବେଜୋସ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2024/12/23/kmx0X9zUgJVSPKJBLanh.jpg)