ବେଙ୍ଗାଲୁରୁ ଏଫ୍‌ସି ସହ ଚୁକ୍ତି ଅବଧି ବଢାଉଥିବା ଘୋଷଣା କଲେ ଛେତ୍ରୀ

Advertisment
ବେଙ୍ଗାଲୁରୁ ଏଫ୍‌ସି ସହ ଚୁକ୍ତି ଅବଧି ବଢାଉଥିବା ଘୋଷଣା କଲେ ଛେତ୍ରୀ

Sportstar - The Hindu

ବେଙ୍ଗାଲୁରୁ,: ସାଫ୍‌ ଚାମ୍ପିଅନ୍‌ସିପ୍‌ରେ ଶନିବାର ଲେବାନନ୍‌କୁ ହରାଇବା ପରେ ଭାରତୀୟ ଦଳର ଅଧିନାୟକ ସୁନୀଲ ଛେତ୍ରୀ ବେଙ୍ଗାଲୁରୁ ଏଫ୍‌ସି ସହିତ ତାଙ୍କର ଚୁକ୍ତି ଅବଧି ବୃଦ୍ଧି କରୁଥିବା ବିଷୟରେ ଘୋଷଣା କରିଛନ୍ତି। ଏହି ମ୍ୟାଚ୍‌ ଅବସରରେ ଡଗ୍‌ଆଉଟ୍‌ ପଛପଟେ ‘ଆଇ ଆମ୍‌ ଗୋଇଂ ନୋ ହୋୟାର! -ସୁନୀଲ ଛେତ୍ରୀ’ ଲେଖାଥିବା ଏକ ବଡ଼ ବ୍ୟାନର୍‌ ଗ୍ୟାଲେରିରେ ବନ୍ଧାଯାଇଥିଲା। ମ୍ୟାଚ୍‌ ପରେ ସୁନୀଲ ଛେତ୍ରୀ ଏହି ବ୍ୟାନର୍‌ ଆଗରେ ଛିଡ଼ା ହୋଇଥିବା ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି। ଏହା ଜରିଆରେ ସେ ବେଙ୍ଗାଲୁରୁ ଏଫ୍‌ସି ଛାଡ଼ୁନଥିବା ଦର୍ଶାଉଥିଲେ।

ପୂର୍ବରୁ ମଧ୍ୟ ୨୦୨୧ରେ ଯେତେବେଳେ ଦୁଇ ବର୍ଷିୟା ଚୁକ୍ତି କରିଥିଲେ, ସେତେବେଳେ ସେ କହିଥିଲେ ‘ଏହି ସହର ତାଙ୍କର ଘର ପାଲଟିଯାଇଛି ଏବଂ ଏଠାରେ ଥିବା ଲୋକମାନେ ତାଙ୍କ ପରିବାର ସଦୃଶ। କ୍ଲବ୍‌ ସହିତ ଯାତ୍ରା ସ୍ବତନ୍ତ୍ର। ମୁଁ ଏହି କ୍ଲବ୍‌, ପ୍ରଶଂସକ ଓ ସହରକୁ ଭଲ ପାଉଛି। ଏମାନଙ୍କ ସହ ଲମ୍ବା ସମୟ ଅତିବାହିତ କରିବାକୁ ମୁଁ ସବୁବେଳେ ଚାହିଁବି।’ ‌ଏବେ ସେ ‘କେଉଁଆଡ଼େ ଯାଉନଥିବା’ ବ୍ୟାନର୍‌ ପୋଷ୍ଟ କରିବା ପରେ ଉଭୟ ମନ୍ତବ୍ୟକୁ ଆକଳନ କଲେ, ‌ଛେତ୍ରୀ ବେଙ୍ଗାଲୁରୁ ଛାଡ଼ି ଯାଉନାହାନ୍ତି ବୋଲି ସ୍ପଷ୍ଟ ହେଉଛି। ଛେତ୍ରୀ ୨୦୧୩ରେ ବେଙ୍ଗାଲୁରୁ ଏଫ୍‌ସି ସହିତ ଯୋଡ଼ି ହୋଇଥିଲେ ଏବଂ ପଦାର୍ପଣ ସଂସ୍କରଣରେ କ୍ଲବ୍‌କୁ ଆଇ-ଲିଗ୍‌ ବିଜେତା କରାଇଥିଲେ। ୧୦ ବର୍ଷ ଧରି ଏହି କ୍ଲବ୍‌ ପକ୍ଷରୁ ଖେଳୁଥିବା ବେଳେ ଛେତ୍ରୀ ୧୦୬ ଗୋଲ୍‌ ସ୍କୋର କରିଛନ୍ତି ଏବଂ ୧୮ ଗୋଲ୍‌ରେ ସହାୟତା ଦେଇଛନ୍ତି। କ୍ଲବ୍‌କୁ ଆଇ-ଲିଗ୍‌ ଓ ତିନୋଟି ଫେଡେରେସନ୍‌ କପ୍‌ ସହିତ ମୋଟ ୮ ଟି ଟ୍ରଫି ବିଜେତା କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe