ଫିଫା ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମରେ ଛେତ୍ରୀ

ଫିଫା ଷ୍ଟ୍ରିମିଂ ପ୍ଲାଟ୍‌ଫର୍ମରେ ଛେତ୍ରୀ

ନୂଆଦିଲ୍ଲୀ: ବିଶ୍ବର ସର୍ବୋଚ୍ଚ ଫୁଟ୍‌ବଲ୍‌ ପରିଚାଳନା ସଂଘ (ଫିଫା) ପକ୍ଷରୁ ଭାରତୀୟ ତାରକା ଫୁଟ୍‌ବଲ୍‌ ଖେଳାଳି ସୁନୀଲ ଛେତ୍ରୀଙ୍କୁ ଏକ ଭିନ୍ନ ଢଙ୍ଗରେ ସମ୍ମାନିତକରାଯାଇଛି। ଫିଫାର ଷ୍ଟ୍ରିମିଂ ପ୍ଲାଟଫର୍ମ ‘ଫିଫା ପ୍ଲସ୍‌’ରେ ଛେତ୍ରୀଙ୍କ ‌ସଫଳ କାହାଣୀକୁ ନେଇ ତିନିଟି ଏପିସୋଡ୍‌ରେ ପ୍ରସାରଣ କରାଯାଇଛି। ସମସ୍ତେ ରୋନାଲ୍ଡୋ ଓ ମେସିଙ୍କ ବିଷୟରେ ଜାଣିଛନ୍ତି। କିନ୍ତୁ ଏବେ ପୁରୁଷ ଆନ୍ତର୍ଜାତିକ ସକ୍ରିୟ ଖେଳାଳିଙ୍କ ମଧ୍ୟରୁ ତୃତୀୟ ସର୍ବାଧିକ ସ୍କୋରର ‌ସୁନୀଲ ଛେତ୍ରୀଙ୍କ ସଫଳତା କାହାଣୀ ତଥା ଗୋଲ୍‌ ସ୍କୋରିଂ କୌଶଳ ବିଷୟରେ ‘ସୁନୀଲ ଛେତ୍ରୀ: କ୍ୟାପଟେନ୍‌ ଫାଣ୍ଟାଷ୍ଟିକ୍‌’ କୁ ସମସ୍ତେ ଦେଖିପାରିବେ ବୋଲି ଫିଫା ପକ୍ଷରୁ ସୂଚନା ଦିଆଯାଇଛି।

ପ୍ରଥମ ଏପିସୋଡ୍‌ରେ ଛେତ୍ରୀଙ୍କ ପ୍ରାରମ୍ଭିକ ଖେଳ ଜୀବନ ବିଷୟରେ ପ୍ରଦର୍ଶନ କରାଯାଇଛି। ଦ୍ବିତୀୟ ଏପିସୋଡ୍‌ରେ ତାଙ୍କର ପେସାଦାର ଖେଳ ସହିତ ଜାତୀୟ ଦଳର ସ୍ବପ୍ନ ବିଷୟରେ ଏବଂ ତୃତୀୟ ଏପିସୋଡ୍‌ରେ ତାଙ୍କର ଭାରତୀୟ ଦଳ ପାଇଁ ପଦାର୍ପଣଠୁ ଆରମ୍ଭ କରି ଏକାଧିକ ଟ୍ରଫି ହାତେଇବା ଭିଡିଓକୁ ପ୍ରସାରଣ କରାଯାଇଛି। ବର୍ତ୍ତମାନ ଆନ୍ତର୍ଜାତିକସ୍ତରରେ ସର୍ବାଧିକ ଗୋଲ୍‌ ସ୍କୋରରଙ୍କ ମଧ୍ୟରେ ଛେତ୍ରୀ (୮୪) ତୃତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ପର୍ତୁଗାଲ୍‌ର କ୍ରିଷ୍ଟିଆନୋ ରୋନାଲ୍ଡୋ (୧୧୭) ପ୍ରଥମ ଓ ‌ଆର୍ଜେଣ୍ଟିନାର ଲିଓନେ‌ଲ ମେସି (୯୦) ଦ୍ବିତୀୟରେ ଅଛନ୍ତି। ସୂଚନାଯୋଗ୍ୟ, ଛେତ୍ରୀ ୨୦୦୫ ମସିହାରେ ଭାରତ ପାଇଁ ପଦାର୍ପଣ କରିଥିଲା ବେଳେ ୧୩୧ ମ୍ୟାଚ୍‌ ଖେଳିସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe