ଭାରତରେ ବୟସ୍କଙ୍କ ତୁଳନାରେ ପିଲାମାନେ କମ୍‌ ଖେଳୁଛନ୍ତି: ସର୍ଭେ

Advertisment
ଭାରତରେ ବୟସ୍କଙ୍କ ତୁଳନାରେ ପିଲାମାନେ କମ୍‌ ଖେଳୁଛନ୍ତି: ସର୍ଭେ

The Week

ନୂଆଦିଲ୍ଲୀ : ଭାରତୀୟ ପିଲାମାନେ ବୟସ୍କଙ୍କ ତୁଳନାରେ ଖେଳକୁଦକୁ ଖୁବ୍‌ କମ୍‌ ସମୟ ଦେଉଛନ୍ତି। ପୂର୍ବ ଭାରତର ପିଲାମାନେ ଖେଳକୁଦ ଓ ଶାରୀରିକ ଦକ୍ଷତା ବଢାଇବାରେ ସପ୍ତାହକୁ ୧୨୫ ମିନିଟ୍‌ ବିତାଉଥିଲା ବେଳେ ପଶ୍ଚିମ ଭାଗର ପିଲାମାନେ ମାତ୍ର ୬୮ ମିନିଟ୍‌ କଟାଉଛନ୍ତି। ସ୍ପୋର୍ଟ୍ସ ବ୍ରାଣ୍ଡ ପ୍ୟୁମା ଇଣ୍ଡିଆ ଓ ବିଶ୍ଲେଷଣକାରୀ ସଂସ୍ଥା ନିଲସନ୍‌ ସ୍ପୋର୍ଟ୍ସ ପକ୍ଷରୁ କରାଯାଇଥିବା ମିଳିତ ସର୍ଭେ (ପ୍ୟୁମା-ନିଲସନ୍‌ ‌ସ୍ପୋର୍ଟ୍ସ ସର୍ଭେ) ରେ ଭାରତୀୟ ପିଲାମାନେ ସପ୍ତାହକରେ ହାରାହାରି ୮୬ ମିନିଟ୍‌ ଖେଳକୁଦ ଓ ବ୍ୟାୟମରେ ବିତାଉଛନ୍ତି। କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ) ପରାମର୍ଶ ଅନୁଯାୟୀ ଏହି ସମୟ ୪୨୦ ମିନିଟ୍‌ କିମ୍ବା ତାହାଠୁ ଅଧିକ ହେବା ଆବଶ୍ୟକ। ସେହିପରି ଯୁବଗୋଷ୍ଠୀ କ୍ରୀଡ଼ାଭିତ୍ତିକ କାର୍ଯ୍ୟରେ ସପ୍ତାହକରେ ହାରାହାରି ୧୦୧ ମିନିଟ୍‌ ଅତିବାହିତ କରୁଥିବା ସର୍ଭେରେ ଦର୍ଶାଯାଇଛି।

publive-image

ଏହି ସର୍ଭେ ପାଖାପାଖି ୧୬ଟି ସହରରେ ୪୨୮୦ ଜଣ ବ୍ୟକ୍ତିଙ୍କୁ ନେଇ କରାଯାଇଥିଲା। ସର୍ଭେରେ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କ ବୟସ ୬ ବର୍ଷରୁ ୬୫ ବର୍ଷ ମଧ୍ୟରେ ରହିଛି। ଯେଉଁମାନଙ୍କର ବୟସ ୬ରୁ ୧୮ ବର୍ଷ ମଧ୍ୟରେ ଥିଲା, ସେମାନଙ୍କୁ ଶିଶୁ ଏବଂ ଅନ୍ୟମାନଙ୍କୁ ଯୁବଗୋଷ୍ଠୀ ଭାବେ ବିଭକ୍ତ କରାଯାଇଥିଲା। ପ୍ୟୁମା ଇଣ୍ଡିଆ ପରିଚାଳନା ନିର୍ଦ୍ଦେଶକ ଅଭିଷେକ ଗାଙ୍ଗୁଲିଙ୍କ ସୂଚନା ଅନୁଯାୟୀ, ଛୋଟ ପିଲାମ‌ାନେ ପାଠପଢାରେ ଅଧିକ ଧ୍ୟାନ ଦେଉଥିବାରୁ ସେମାନେ ଖେଳକୁଦରେ ଖୁବ୍‌ କମ୍‌ ସାମିଲ ହେଉଛନ୍ତି। ୫୩ ପ୍ରତିଶତ ପିଲାମାନେ ‘ସମୟର ଅଭାବ’କୁ ଏଥିପାଇଁ ମୁଖ୍ୟ କାରଣ ଦର୍ଶାଇଥିଲେ। ସେମାନଙ୍କ ମଧ୍ୟରୁ ୪୬ ପ୍ରତିଶତ ପିଲା ପାଠପଢାରେ ଅଧିକ ଧ୍ୟାନ ଦେଉଥିବାରୁ ଖେଳିବା ପାଇଁ ପର୍ଯ୍ୟାପ୍ତ ସମୟ ପାଇପାରୁନଥିବା କହିଥିଲେ। ବର୍ତ୍ତମାନ ସମୟରେ କ୍ରୀଡ଼ାକୁ ଶିକ୍ଷାନୁଷ୍ଠାନମାନେ ଅଲଗା ରଖନ୍ତୁ ବୋଲି ଲୋକମାନେ ବିଶ୍ବାସ କରିବାକୁ ଲାଗିଲେଣି। ଯଦି ସେମାନଙ୍କ ପିଲାମାନେ ପାଠପଢା ପ୍ରତି ଅଧିକ ମନ ଦେବାକୁ ଚାହିଁବେ, ତା’ହେଲେ ଖେଳକୁଦକୁ ସଂପୂର୍ଣ୍ଣ ଭାବେ ଛାଡ଼ିବାକୁ ପଡ଼ିବ। କିନ୍ତୁ ଏହା ଠିକ୍‌ ନୁହେଁ। ଖେଳକୁଦରେ ସାମିଲ ହେବା, ଭଲ ପାଠ ପଢିବା ଏବଂ ସକାରାତ୍ମକ ଭାବପ୍ରବଣତା, ସମସ୍ତଙ୍କ ମଧ୍ୟରେ ପ୍ରତ୍ୟେକ୍ଷ ସଂପର୍କ ରହିଥିବା ଗାଙ୍ଗୁଲି କହିଛନ୍ତି।

publive-image ParentCircle

ସେହିପରି ନିଲସନ୍‌ ସ୍ପୋର୍ଟ୍ସ ଆଣ୍ଡ ଏଣ୍ଟରଟେନ୍‌ମେଣ୍ଟର ଏସିଆ ପାସିଫିକ୍‌, ମଧ୍ୟ ପୂର୍ବ ଓ ଉତ୍ତର ଆଫ୍ରିକାର ପରିଚାଳନା ନିର୍ଦ୍ଦେଶକ ଡେନିସ୍‌ ମିନାସନ୍‌ଙ୍କ ମତରେ ଶାରୀରିକ ଦକ୍ଷତା ବଢାଇବା ପାଇଁ ଆହୁରି ଅନେକ ପଦ୍ଧତି ରହିଛି। ତେଣୁ ଏକ୍ଷେତ୍ରରେ ଆହୁରି ଅଧିକ କିଛି କରିବାକୁ ପଡ଼ିବ। ଖେଳକୁଦ ଓ ଶାରୀରିକ ଦକ୍ଷତା ବଢାଇବା ଦିଗରେ ଅଧିକ ମନୋନିବେଶ କଲେ ଯୁବକମାନଙ୍କ ମଧ୍ୟରେ ଭାବପ୍ରବଣତା ଦକ୍ଷତା ବଢିବ ଓ ଜୀବନର ମୂଲ୍ୟ ବୁଝିବା ସହଜ ହେବା ସହ ପିଲାମାନଙ୍କ ପାଠପଢାରେ ମଧ୍ୟ ଉନ୍ନତି ଆସିପାରିବ। ଏଭିଳି ସ୍ଥିତି କେବଳ ପିଲାମାନଙ୍କ ପାଖରେ ରହିନାହିଁ।

ଏହି ସର୍ଭେରୁ ଜଣାପଡ଼ିଛି ଯେ ସହରାଞ୍ଚଳରେ ମ‌ାତ୍ର ୨୦ ପ୍ରତିଶତ ଯୁବକମାନେ ଡବ୍ଲୁଏଚ୍‌ଓ ଅନୁମୋଦିତ ନିୟମ ଅର୍ଥାତ୍‌ ସପ୍ତାହକୁ ୧୫୦ରୁ ୩୦୦ ମିନିଟ୍‌ ଶାରୀରିକ ବ୍ୟାୟାମରେ ବିନିଯୋଗ କରୁଛନ୍ତି। ଯୁବପିଢ଼ି ଅଧିକ ସମୟ ମୋବାଇଲ୍‌ ବ୍ୟବହାର କରିବା କିମ୍ବା ଅନ୍‌ଲାଇନ୍‌ କାର୍ଯ୍ୟରେ ଅଧିକ ସମୟ ବିତାଉଥିବାରୁ ଖେଳକୁଦରେ ସେମାନଙ୍କ ଅଂଶୀଦାର ହ୍ରାସ ପାଉଥିବା ଗାଙ୍ଗୁଲି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe