ବେଜିଂ: ରୁଷୀୟ ଟେନିସ୍ ସୁନ୍ଦରୀ ମାରିଆ ସାରାପୋଭାଙ୍କ ଚାଇନା ଓପନ୍ ଅଭିଯାନ ଶେଷ ହୋଇଛି। ବାସନ୍ଦ ପରେ ପ୍ରଥମ ଟ୍ରଫି ଜିତିବା ଲକ୍ଷ୍ୟରେ ଥିବା ସାରାପୋଭାଙ୍କ ଆଶାରେ ପାଣି ଭରି ଦେଇଛନ୍ତି ରୋମାନିଆର ସିମୋନା ହାଲେପ୍। ବୁଧବାର ମହିଳା ଏକକ ତୃତୀୟ ପର୍ଯ୍ୟାୟ ମୁକାବିଲାରେ ଦ୍ୱିତୀୟ ମାନ୍ୟତା ହାଲେପ୍ ସିଧାସଳଖ ୬-୨, ୬-୨ ସେଟ୍ରେ ୧୦୪ ମାନ୍ୟତା ସାରାପୋଭାଙ୍କୁ ପରାସ୍ତ କରିଥିଲେ। ଶୀର୍ଷ ମାନ୍ୟତାପ୍ରାପ୍ତ ଗାର୍ବିନେ ମୁଗୁରୁଜା ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ଫଳରେ ହାଲେପ ୍ଏବେ ବେଜିଂରେ ଟ୍ରଫି ଜିତିବାର ପ୍ରମୁଖ ଦାବିଦାର ହୋଇଛନ୍ତି।
ଚାଇନା ଓପନ୍: ସାରାପୋଭାଙ୍କୁ ବିଦା କଲେ ହାଲେପ୍
Advertisment
Follow Us