LatestLY
ନୂଆଦିଲ୍ଲୀ: ଭେଟେରାନ ଭାରତୀୟ ସ୍ପିନର ହରଭଜନ ସିଂହ କରୋନା ଭୂତାଣୁ ବିସ୍ତାର ପାଇଁ ପଡ଼ୋଶୀ ଚୀନ୍କୁ ଦୋଷ ଦେବାସହ ତା' ଉପରେ ବର୍ଷିଛନ୍ତି। ଚୀନ୍ ଲୋକମାନେ ବିଶ୍ବକୁ ବିପଦକୁ ଠେଲି ନିଜର ଅର୍ଥନୀତି ବଢ଼ାଇବାରେ ଲାଗି ପଡ଼ିଛନ୍ତି ବୋଲି ନିଜ ଟ୍ବିଟ୍ର୍ ପୃଷ୍ଠାରେ ଭଜି ପ୍ରକାଶ କରିଛନ୍ତି। ମେ ୨୮ ତାରିଖରେ ଚୀନ୍ରେ କୌଣସି କରୋନା ଭୂତାଣୁର ସକାରାତ୍ମକ ରିପୋର୍ଟ ଆସିିନି ବୋଲି ସେଠାକାର ସରକାର ପକ୍ଷରୁ ଟ୍ବିଟ୍ କରାଯାଇଥିଲା। ଏହି ଟ୍ବିଟ୍ର ବିଷୟ ବସ୍ତୁୁକୁ ରିଟ୍ବିଟ୍ କରି ଭଜି ଲେଖିଛନ୍ତି ଯେ ପିପିଇ କିଟ୍ ଏବଂ ମାସ୍କ ବିକ୍ରୟ କରି ଅର୍ଥନୀତିକୁ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ଚୀନ୍ ସମଗ୍ର ବିଶ୍ୱକୁ କରୋନା ଭୂତାଣୁ ବିସ୍ତାର କରିବାର ଯୋଜନା କରିଛି।
“ସୋମନଙ୍କ ଏପରି ଯୋଜନା ଥିଲା .. କରୋନା ଭୂତାଣୁକୁ ସମଗ୍ର ବିଶ୍ୱରେ ବିସ୍ତାର କର .. ଯେତେବେଳେ ସମସ୍ତେ ଦୁଃଖ ଭୋଗନ୍ତି ସେମାନେ ଖୁସିରେ ବସି ଦେଖନ୍ତି .. ସମଗ୍ର ବିଶ୍ୱ ପାଇଁ ପିପିଏ କିଟ୍, ମାସ୍କ ଇତ୍ୟାଦି ତିଆରି କରିବା ଏବଂ ଅର୍ଥନୀତିକୁ ଶକ୍ତିଶାଳୀ କରିବା???? # ପାୱାରହଙ୍ଗ୍ରି (ଶକ୍ତ ଭୋକିଲା), ହରଭଜନ ଟ୍ୱିଟର୍ରେ ଏଭଳି ପ୍ରକାଶ କରିଛନ୍ତି। ପୂର୍ବରୁ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତର କରୋନା ଭୂତାଣୁ ବିସ୍ତାର ପାଇଁ ଚୀନ୍କୁ ଗାଳିଗୁଲଜ କରିଥିଲେ। ସେମାନେ କିଛି ନଦେଖି ସବୁକିଛି ଖାଇ ଯାଉଛନ୍ତି ଏବଂ ଚୀନ୍ ସାରା ବିଶ୍ବକୁ ବିପତ୍ତିରେ ପକାଉଛି। ମୁଁ ସେମାନଙ୍କ ଉପରେ ପ୍ରକୃତରେ କ୍ରୋଧିତ ବୋଲି ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ ପ୍ରକାଶ କରିଥିଲେ।
Follow Us