ଚାନ୍ଦିମାଳ ବାସନ୍ଦ

Advertisment
ଚାନ୍ଦିମାଳ ବାସନ୍ଦ

ଗ୍ରସ୍‌ ଆଇସଲେଟ୍‌: େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ରେ ହୋଇଥିବା ବଲ୍‌ ବିକୃତ ବିବାଦରେ ଶ୍ରୀଲଙ୍କା ଅଧିନାୟକ ଦୀନେଶ ଚାନ୍ଦିମାଳଙ୍କୁ ଆଇସିସି ଗୋଟିଏ ଟେଷ୍ଟ୍‌ରୁ ବାସନ୍ଦ କରିବା ସହ ମ୍ୟାଚ୍‌ ପାଉଣାର ଶତ ପ୍ରତିଶତ ଜରିମାନା କରିଛି। ଫଳରେ ବାର୍ବାଡସ୍‌ରେ ଖେଳାଯିବାକୁ ଥିବା ଇଣ୍ଡିଜ୍‌ ବିପକ୍ଷ ତୃତୀୟ ଟେଷ୍ଟ୍‌ରୁ ସେ ବାଦ୍‌ ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇ ଯାଇଛି। ଚାନ୍ଦିମାଳ ଲାଳ ସହ ଏକ କୃତ୍ରିମ ପଦାର୍ଥ ବଲ୍‌ରେ ବୋଳିଥିଲେ। ଯାହା ଆଇସିସି ଆଚରଣ ସଂହିତା ବିରୋଧ। ଏଣୁ ତାଙ୍କୁ ଗୋଟିଏ ଟେଷ୍ଟ୍‌ରୁ ବାସନ୍ଦ କରାଯିବା ସହ ମ୍ୟାଚ୍‌ ପାଉଣାର ଶତ ପ୍ରତିଶତ ଜରିମାନା କରାଗଲା ବୋଲି ଆଇସିସି ମଙ୍ଗଳବାର ପ୍ରେସ୍‌ ବିଜ୍ଞପ୍ତିରେ କହିଛି। ଦ୍ୱିତୀୟ ଟେଷ୍ଟ୍‌ର ଦ୍ୱିତୀୟ ଦିନରେ ଏହି ବଲ୍‌ ବିକୃତ ଘଟଣା ପଦାକୁ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe