ସ୍ମାର୍ଟଫୋନ୍‌ ପ୍ରଚାର ପାଇଁ ଧୋନିଙ୍କ ସହ ଚାଇନିଜ୍‌ କଂପାନିର ଚୁକ୍ତି; ସାମାଜିକ ଗଣମାଧ୍ୟମରେ ଅସନ୍ତୋଷମୂଳକ ଟିପ୍ପଣୀ

Advertisment
ସ୍ମାର୍ଟଫୋନ୍‌ ପ୍ରଚାର ପାଇଁ ଧୋନିଙ୍କ ସହ ଚାଇନିଜ୍‌ କଂପାନିର ଚୁକ୍ତି; ସାମାଜିକ ଗଣମାଧ୍ୟମରେ ଅସନ୍ତୋଷମୂଳକ ଟିପ୍ପଣୀ

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଓପୋ ପାଇଁ ପ୍ରଚାର କରିବେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଏଥିପାଇଁ ସଂପୃକ୍ତ କଂପାନି ଧୋନିଙ୍କ ସହ ଚୁକ୍ତି କରିଛି। ଏଭଳି ଏକ କଂପାନି ସହ ଚୁକ୍ତିବଦ୍ଧ ହୋଇଥିବ‌ାରୁ ଧୋନି ମଧ୍ୟ ଖୁବ୍‌ ଉତ୍ସାହିତ। ଲୋକମାନଙ୍କୁ ସେମାନଙ୍କ ସାମର୍ଥ୍ୟ ମଧ୍ୟରେ ଆଗେଇବା ଏବଂ ଆବେଗକୁ ଅନୁସରଣ କରିବାରେ ପ୍ରେରଣା ଯୋଗାଇବାର ଲକ୍ଷ୍ୟ ରଖିଥିବା ପ୍ରକଳ୍ପର ଅଂଶବିଶେଷ ହେବାରେ ଆନନ୍ଦିତ ବୋଲି କହିଛନ୍ତି ଧୋନି। ଓପୋ ପାଇଁ ତା’ର ଜ୍ଞାନ କୌଶଳ ଏବଂ ନବସୃଜନକୁ ଆଗକୁ ବଢ଼ାଇବା ଆନନ୍ଦର କଥା ହେବ ବୋଲି ଧୋନି କହିଛନ୍ତି।

ତେବେ ଗତ ଜୁନ୍‌ରେ ଗଲ୍‌ୱାନ ଘଟଣାକୁ ନେଇ ସାରା ଭାରତରେ ଚୀନ୍‌ ବିରୋଧୀ ଆନ୍ଦୋଳନ ତେଜୁଥିଲା ବେଳେ ଧୋନି-ଓପୋ ଚୁକ୍ତିକୁ ନେଇ ଭ୍ରୁକୁଞ୍ଚନ ସୃ‌ଷ୍ଟି ହୋଇଛି। ସାମାଜିକ ଗଣମାଧ୍ୟମରେ ଅସନ୍ତୋଷମୂଳକ ଟିପ୍ପଣୀ ପୋଷ୍ଟ ହୋଇଛି। ଏପରିକି ଟେରିଟୋରିଆଲ ଆର୍ମିର ଅବୈତନିକ ଲେଫ୍ଟନ‌ାଣ୍ଟ କର୍ନେଲ ଧୋନିଙ୍କ ଦେଶ ପ୍ରେମ ପ୍ରତି କାହାରି ସନ୍ଦେହ ନାହିଁ। କିନ୍ତୁ ଦେଶର ଶତୃରାଷ୍ଟ୍ର କଂପାନି ସହ ଚୁକ୍ତି କରିବାକୁ ଗ୍ରହଣ କରିବା ସହଜ ହେବନି ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe