ଚିନ୍ମୟ ପୁରୁଷ ବିଜେତା: ଅଜୟ ଓ ଅନମ୍‌ଙ୍କୁ ଦ୍ୱିମୁକୁଟ

Advertisment

ଗୁରୁକୁଳ ଓପନ୍‌ ଟେନିସ୍‌

ଗୁରୁକୁଳ ଓପନ୍‌ ଟେନିସ୍‌

ଚିନ୍ମୟ ପୁରୁଷ ବିଜେତା: ଅଜୟ ଓ ଅନମ୍‌ଙ୍କୁ ଦ୍ୱିମୁକୁଟ

ଭୁବନେଶ୍ୱର: ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟସ୍‌ରେ ଚାଲିଥିବା ୪ ଦିନିଆ ନିଖିଳ ଓଡ଼ିଶା ଗୁରୁକୁଳ ଓପନ୍‌ ଟେନିସ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଚିନ୍ମୟ ପ୍ରଧାନ ଓ ଅନମ୍‌ ଅଲ୍‌ମାସ ଯଥାକ୍ରମେ ପୁରୁଷ ଓ ମହିଳା ଏକକରେ ଟ୍ରଫି ଜିତି ନେଇଛନ୍ତି। ପୁରୁଷ ଏକକ ଫାଇନାଲ୍‌ରେ ଚିନ୍ମୟ ୩-୬, ୬-୧ ଓ ୭-୬ ସେଟ୍‌ରେ କବିର ହଂସ୍‌ଙ୍କୁ ପରାସ୍ତ କରିଥିଲା ବେଳେ ମହିଳା ଏକକ ଫାଇନାଲ୍‌ରେ ଅନମ୍‌ ସିଧାସଳଖ ୬-୧ ଓ ୬-୧ ସେଟ୍‌ରେ ଅନନ୍ୟା ଯାଦବଙ୍କୁ ପରାସ୍ତ କରି ବିଜେତା ହୋଇଛନ୍ତି। ତେବେ ଅନମ୍‌ ଏବଂ ଅଜୟ ନିଶଙ୍କ ଦୁଇଟି ଲେଖାଏଁ ଟ୍ରଫି ହାସଲ କରିବାର ଗୌରବ ପାଇଛନ୍ତି। ମହିଳା ଏକକ ପରେ ଅନମ୍‌ ମିଶ୍ରିତ ଯୁଗଳରେ ମଧ୍ୟ ବିଜେତା ହୋଇଛନ୍ତି। ଅନମ୍‌ ଓ ଅଜୟ ନିଶଙ୍କ ଯୋଡ଼ି ମିଶ୍ରିତ ଯୁଗଳ ଫାଇନାଲ୍‌ରେ ଆଶୁତୋଷ ଦାସ-ସିମ୍ରନ୍‌ ଏକ୍କା ଯୋଡ଼ିକୁ ୬-୦ ଓ ୬-୪ ସେଟ୍‌ରେ ପରାସ୍ତ କରିଥିଲେ। ସେହିପରି ମିଶ୍ରିତ ଯୁଗଳ ବ୍ୟତୀତ ପୁରୁଷ ଯୁଗଳରେ କବିର ହଂସ୍‌ଙ୍କୁ ସାଥୀ କରିଥିବା ଅଜୟ ନିଶଙ୍କ ୬-୧ ଓ ୬-୧ ସେଟ୍‌ରେ ଅରିଜିତ୍‌ ପ୍ରଧାନ-ବିବେକ ମହାନନ୍ଦ ଯୋଡ଼ିକୁ ପରାସ୍ତ କରି ଦ୍ୱିତୀୟ ଟ୍ରଫି ହାସଲ କରିଥିଲେ। ଅନ୍ୟପକ୍ଷରେ ୧୪ ବର୍ଷରୁ କମ୍‌ ବାଳକ ଫାଇନାଲ୍‌ରେ ରବି ନାରାୟଣ ସାହୁ ୬-୩ ଓ ୬-୦ ସେଟ୍‌ରେ ବଳଭଦ୍ର ବେହେରାଙ୍କୁ, ବାଳିକା ଫାଇନାଲ୍‌ରେ ରିୟା ମର୍ଦରାଜ ୮-୬ରେ ନେମା ଏସ୍‌ କିସ୍‌ପୋଟାଙ୍କୁ ପରାସ୍ତ କରି ଟ୍ରଫି କରାୟତ କରିଥିଲା ବେଳେ ୧୦ ବର୍ଷରୁ କମ୍‌ ବାଳକରେ ଅକ୍ଷନ୍ତ ବେଉରିଆ ୮-୩ରେ ଭଦ୍ରେଶ ମହାପାତ୍ରଙ୍କୁ, ବାଳିକାରେ ଆହନ୍‌ ୭-୨ରେ ସାରା ଅନ୍ଵିତାଙ୍କୁ ପରାସ୍ତ କରି ଟ୍ରଫି ଜିତିଛନ୍ତି। ସେହିପରି ୩୫ ବର୍ଷରୁ ଅଧିକ ଯୁଗଳ ବର୍ଗରେ ଗଙ୍ଗାଧର ଲେଙ୍କା-ଜାଡ଼େଶ୍ୱର ଯୋଡ଼ି ୭-୩ରେ କ୍ରିକେଟ୍‌ ତାରକା ପ୍ରଭଞ୍ଜନ ମଲ୍ଲିକ-ଆର୍‌ ଅମ୍ବ୍ଲାଭନନ୍‌ଙ୍କୁ ଏବଂ ୪୫ ବର୍ଷରୁ ଅଧିକ ଯୁଗଳ ବର୍ଗରେ ଡି ପନ୍‌ମେଇ-ଜିତେନ ମହାନ୍ତି ଯୋଡ଼ି ୭-୫ରେ ପରେଶ ସିଂହ-ଡ. ବି ମିଶ୍ରଙ୍କୁ ପରାସ୍ତ କରି ଟ୍ରଫି ହାତେଇଛନ୍ତି। ଉଦ୍‌ଯାପନୀ ଉତ୍ସବରେ ଏଜିର ଆର୍‌ ଅମ୍ବ୍ଲାଭନନ୍‌ ମୁଖ୍ୟ ଅତିଥି, କ୍ରିକେଟର୍‌ ପ୍ରଭଞ୍ଜନ ମଲ୍ଲିକ, ନିର୍ବାହୀ ଯନ୍ତ୍ରୀ ଏସ୍‌ ମିଶ୍ର, ବରିଷ୍ଠ କମାଣ୍ଡାଣ୍ଟ୍‌ ଜାକୋବ୍‌ କିସ୍‌ପୋଟା ଏବଂ ଡ. ଜ୍ୟୋତ୍ସ୍ନାମୟୀ ନାୟକ ଅତିଥି ଭାବେ ଯୋଗଦେଇ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe