ଭୁବନେଶ୍ବର: ଓଡ଼ିଶାର ଉଦୀୟମାନ ପର୍ବତାରୋହି ଚିନ୍ମୟ ମହାରଣା ସଫଳତାର ସହ ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶୃଙ୍ଗ ତାଞ୍ଜାନିଆସ୍ଥିତ ମାଉଣ୍ଟ୍ କିଲିମାଞ୍ଜାରୋ (୫,୯୯୯ ମିଟର୍) ଅରୋହଣ କରିଛନ୍ତି। ରାଜ୍ୟର ଦୁଃସାହସିକ କ୍ରୀଡ଼ା ସଂଘ ‘ଆସା’ର ଜଣେ ସକ୍ରିୟ ସଦସ୍ୟ ଚିନ୍ମୟ ପୂର୍ବରୁ ଦେଶର ଏକାଧିକ ପ୍ରମୁଖ ପର୍ବତାରୋହଣ କରିଥିବା ବେଳେ ଗତବର୍ଷ ହିମାଚଳପ୍ରଦେଶର ମାଉଣ୍ଟ୍ ୟୁନମ ଚଢ଼ିଥିଲେ। ପୁରୀ ରଥଯାତ୍ରାର ଅନ୍ୟତମ ଚିତ୍ରଶିଳ୍ପୀ ଶ୍ରୀ ମହାରଣାଙ୍କୁ ଏଥର ପୁରୀ ପ୍ରଶାସନ ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ସେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଚିନ୍ମୟଙ୍କୁ ‘ଆସା’ର ସମ୍ପାଦକ ତଥା ଏଭେରେଷ୍ଟର୍ ଗଣେଶ ଚନ୍ଦ୍ର ଜେନା, ଉପଦେଷ୍ଠା ଅଶୋକ ମହାନ୍ତି, ଉପ ସଭାପତି ଶକ୍ତିରଂଜନ ମହାନ୍ତି, ବିକ୍ରମ କୁମାର ଦାସ, ଅନୀତା ସ୍ବାଇଁ ଓ ସସ୍ମିତା ପ୍ରଧାନ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।
କିଲିମାଞ୍ଜାରୋ ଚଢ଼ିଲେ ଚିନ୍ମୟ ମହାରଣା
Advertisment
Follow Us