ଲାୟନ୍ସକୁ ହରାଇଲା ଚିତାସ୍‌, ଟୁକୁନାଙ୍କ ଅର୍ଧଶତକ, ପ୍ୟୁମାସ୍‌ ବିଜୟୀ

Advertisment
ଲାୟନ୍ସକୁ ହରାଇଲା ଚିତାସ୍‌, ଟୁକୁନାଙ୍କ ଅର୍ଧଶତକ, ପ୍ୟୁମାସ୍‌ ବିଜୟୀ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଓସିଏଲ୍‌ ଟ୍ବେଣ୍ଟି-୨୦ ଲିଗ୍‌ରେ ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଚିତାସ୍‌ ୧୧ ରନ୍‌ରେ ଓଡ଼ିଶା ଲାୟନ୍ସକୁ ହରାଇଛି। ଟସ୍‌ ହାରିଥିବା ଚିତାସ୍‌ ୭ ଵିକେଟ ବିନିମୟରେ ୧୧୪ ରନ୍‌ କରିଥିଲା। ଦଳୀୟ ସ୍କୋରରେ ଅନୁରାଗ ଷଡ଼ଙ୍ଗୀ ୨୬, ଅଭିଷେକ ରାଉତ ୪୯, କୋରାପୁ ସନ୍ଦୀପ ୧୨*, ବାଦଲ ଭୋଳ ୧୧ ରନ୍‌ ଯୋଡ଼ିଥିଲେ। ଲାୟନ୍ସ ପକ୍ଷରୁ ଶିବାଶିଷ ସାହୁ ୩, ଦୀପକ ର˚ଜନ ବେହେରା ଓ ବିକାଶ ରାଉତ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଧିମା ଖେଳିଥିବା ଲାୟନ୍ସ ୫ ଵିକେଟ ହରାଇ ୧୦୩ ରନ୍‌ କରିପାରିଥିଲା। ମନୋଜ ବାରିକ, ରାମଚନ୍ଦ୍ର ବେହେରା ଓ ବାଦଲ ଭୋଳ ୧ ଵିକେଟ ଲେଖାଏଁ ନେଇଥିଲେ। ବିଜୟୀ ଦଳର ଅଭିଷେକ ରାଉତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ଓସିଏ ସଦସ୍ୟା ମଧୁମିତା ପାତ୍ର ପୁରସ୍କୃତ କରିଥିଲେ।

ଟୁକୁନାଙ୍କ ଅର୍ଧଶତକ, ପ୍ୟୁମାସ୍‌ ବିଜୟୀ
ଶନିବାରର ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ପ୍ୟୁମାସ୍‌ ୨୪ରନ୍‌ରେ ଓଡ଼ିଶା ଟାଇଗର୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟି˚ କରିଥିବା ପ୍ୟୁମାସ୍‌ ଟୁକୁନା ସାହୁଙ୍କ ୬୧ରନ୍‌, ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ୨୨ରନ୍‌, ପ୍ରୟାସ ସି˚ହଙ୍କ ୨୮ରନ୍‌ ସହାୟତାରେ ୮ଵିକେଟ୍‌ ବିନିମୟରେ ୧୪୧ରନ୍‌ ସ˚ଗ୍ରହ କରିଥିଲା। ଟାଇଗର୍ସର ଶେଖର ମାଝୀ ୫ଵିକେଟ୍‌ ସଫଳତା ପାଇଥିଲାବେଳେ ରାଜକିଶନ ପଟେଲ ୨, ବି.ଶିବା ୧ ଵିକେଟ୍‌ ନେଇଥିଲେ। ଜବାବରେ ଟାଇଗର୍ସ ନିର୍ଧାରିତ ଓଭର ସୁଦ୍ଧା ୭ଵିକେଟ୍‌ ହରାଇ ୧୧୭ରନ୍‌ କରିପାରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରୁପକ ପ୍ରଧାନ ସର୍ବାଧିକ ୪୧ରନ୍‌ ସ˚ଗ୍ରହ କରିଥିଲେ। ବିଜୟୀ ଦଳର ଜିତେନ୍ଦ୍ର ଥାପା, ଟୁକୁନା ସାହୁ ପ୍ରତ୍ୟେକ ୨ ଵିକେଟ୍‌ ଲେଖାଏଁ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe