ମୁମ୍ବାଇରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ରେ ଦ୍ବିଶତକ ପରେ ଚକୋଲେଟ୍ ସେକ୍ ଓ ଚିକେନ ବର୍ଗର ଖାଇଥିଲେ କୋହଲି

ମୁମ୍ବାଇରେ  ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ରେ ଦ୍ବିଶତକ ପରେ ଚକୋଲେଟ୍ ସେକ୍ ଓ ଚିକେନ ବର୍ଗର ଖାଇଥିଲେ କୋହଲି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ନିଜ ଖାଦ୍ୟପେୟ ଉପରେ ସବୁବେଳେ ବିଶେଷ ଧ୍ୟାନ ଦିଅନ୍ତି। ଅଯଥାରେ ଏବଂ ଏଣୁ ତେଣୁ ଖାଦ୍ୟ ଖାଇବାକୁ କୋହଲି ଆଦୌ ଭଲ ପାଆନ୍ତି ନାହିଁ। ଆଜିକାଲି ତ ସେ ଆଉ ଆମିଷ ଖାଉ ନାହାନ୍ତି। ପୂରା ଶାକାହାରୀ ପାଲଟି ଯାଇଛନ୍ତି। ହେଲେ ୨୦୧୬ ମସିହାରେ ମୁମ୍ବାଇରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ରେ ୨୩୫ ରନ୍‌ର ପାଳି ଖେଳିବା ପରେ କୋହଲି ଏକ ବଡ଼ ଚିକେନ ବର୍ଗର, ଫ୍ରେଞ୍ଚ ଫ୍ରାଏ ଏବଂ ଚକୋଲେଟ୍ ସେକ୍ ଖାଇଥିଲେ। ସେଦିନ ସଂଧ୍ୟା ସାରା ସେ ପାର୍ଟି କରିଥିଲେ।

publive-image News24

ମଜାଦାର କଥା ହେଲା ଭାରତୀୟ କ୍ରିକେଟ୍ ଦଳର ତତ୍‌କାଳୀନ ଫିଟେନେସ୍ ଟ୍ରେନର ଶଙ୍କର ବାସୁ ମଧ୍ୟ ଏଥିଲାଗି ତାଙ୍କୁ ଅନୁମତି ପ୍ରଦାନ କରିଥିଲେ। ନିଜେ କୋହଲି ଏହି କଥା ଉପରୁ ପରଦା ଉଠାଇଛନ୍ତି। ସେ କହିଛନ୍ତି ଯେ ମୁମ୍ବାଇର କଷ୍ଟକର ପରିବେଶରେ ୨୩୫ ରନ୍‌ର ପାଳି ଖେଳିବା ପରେ ମୁଁ ପୂରା ହାଲିଆ ‌ହୋଇଯାଇଥିଲି। ମ୍ୟାଚ୍ ବେଳେ ମୁଁ କେବଳ କଦଳି, ଡାଲି ଭାତ ଏବଂ ପାଣି ଉପରେ ନିର୍ଭରଶୀଳ ଥିଲି। ଏଣୁ ବାସୁ ସାର୍ ମୋତେ କହିଥିଲେ, ଆଜି ରାତିରେ ତୁମେ ଯାହା ଇଚ୍ଛା ତାହା ଖାଇ ପାରିବ। ମୁଁ ବି ଏହାର ଭରପୁର ଫାଇଦା ନେଇଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe