ଭାରତର ସର୍ବଶ୍ରେଷ୍ଠ କ୍ଷେତ୍ରରକ୍ଷକ ଭାବେ ଜାଦେଜାଙ୍କୁ ବାଛିଲେ ଚୋପ୍ରା

୩ ଦିନରେ ଶ୍ରୀଲଙ୍କା ସଫା, କପିଳଙ୍କୁ ଟପିଲେ ଅଶ୍ବିନ

The Indian Express

ନୂଆଦିଲ୍ଲୀ: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଆକାଶ ଚୋପ୍ରା ରବିବାର ରବୀନ୍ଦ୍ର ଜାଦେଜାଙ୍କୁ ସର୍ବଶ୍ରେଷ୍ଠ ଭାରତୀୟ କ୍ଷେତ୍ରରକ୍ଷକ ଭାବେ ବ‌ାଛିଛନ୍ତି। ଏଥିସହ ସେ ସର୍ବକାଳୀନ ଶ୍ରେଷ୍ଠ ୬ ଜଣ ଭାରତୀୟ ‌କ୍ଷେତ୍ରରକ୍ଷକଙ୍କ ନାମ ନେଇଛନ୍ତି। ଯେଉଁମାନେ ଦେଶ ପାଇଁ ଖେଳୁଥିବାର ଚୋପ୍ରା ଦେଖିଛନ୍ତି ସେମାନଙ୍କ ନାଁ ଏଥିରେ ସ୍ଥାନ ଦେଇଛନ୍ତି। ଜାଦେଜା ସମସ୍ତଙ୍କଠୁ ଭିନ୍ନ। ତାଙ୍କର ରକେଟ୍ ଭଳି ବାହୁ ଅଛି। ସଂପ୍ରତି ବିଶ୍ୱ କ୍ରିକେଟ୍‌ରେ ତାଙ୍କର ସର୍ବଶ୍ରେଷ୍ଠ ବାହୁ। ସ୍ଲିପ୍‌ରେ ତାଙ୍କ କ୍ଷେତ୍ରରକ୍ଷଣ ସେତେ‌ ଭଲ ନୁହେଁ। ହେଲେ ବି ତାଙ୍କ ଗ୍ରାଉଣ୍ଡ୍ କଭରେଜ ଅତି ଚମତ୍କାର ବୋଲି ଚୋପ୍ରା ନିଜ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ କହିଛନ୍ତି। ଜାଦେଜାଙ୍କ ପରେ ସୁରେଶ ରାଇନା, ମହମ୍ମଦ କୈଫ୍‌, ଯୁବରାଜ ସିଂହ, କପିଳ ଦେବ ଓ ବିରାଟ କୋହଲିଙ୍କୁ ନିଜ ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ କ୍ଷେତ୍ରରକ୍ଷକ ଭାବେ ଚୋପ୍ରା ବାଛିଛନ୍ତି।

ବିରାଟ ଓ କପିଳଙ୍କ ବିଷୟରେ ଚୋପ୍ରା କହିଛନ୍ତି ଯେ କୋହଲି ଖେଳାଳି ଭ‌ାବେ ଓ କ୍ଷେତ୍ରରକ୍ଷଣ‌ରେ ଦିନକୁ ଦିନ ଉନ୍ନତି କରିବାରେ ଲାଗିଛନ୍ତି। ଯେଉଁଠାରେ ସେ କ୍ଷେତ୍ରରକ୍ଷଣ କରିବାକୁ ଚାହାନ୍ତି ସେଠାରେ ଚମତ୍କାର ‌କରିଥା’ନ୍ତି। ୧୯୮୩ ବିଶ୍ୱକପ୍‌ର ଫାଇନାଲରେ ଭିଭିଆନ୍ ରିଚାର୍ଡସଙ୍କ କ୍ୟାଚ୍‌ କପିଳ ଧରିବା ବେଳେ ସମସ୍ତେ ଦେଖିଥିବେ। ଏହା ଅତି ଚମତ୍କାର ଥିଲା ବୋଲି ଚୋପ୍ରା କହିଛନ୍ତି। ଭାରତୀୟ କ୍ଷେତ୍ରରକ୍ଷଣକୁ ନବୀକରଣ କରିବାରେ ଯୁବରାଜ ଓ କୈଫ୍‌ ପ୍ରମୁଖ ଭୂମିକା ନେଇଥିଲେ। ଏହି ଯୋଡ଼ି ପ୍ରଥମ ୧୫ ଓଭରରେ ଥାର୍ଟିୟାର୍ଡ ସର୍କଲ ଭିତରେ ଶ୍ରେଷ୍ଠ ‌କ୍ଷେତ୍ରରକ୍ଷଣ କରୁଥିଲେ। ଏହା ପରେ ଶେଷ ଓଭର ବେଳେ ସୀମାରେ କ୍ଷେତ୍ରରକ୍ଷଣ କରିଥା’ନ୍ତି। ସଂପ୍ରତି କୋହଲି ଓ ଜାଦେଜା ଧଳା ବଲ୍ କ୍ରିକେଟ୍‌ରେ ଶେଷ ଓଭର ବେଳକୁ ବାଉଣ୍ଡାରିରେ କ୍ଷେତ୍ରରକ୍ଷଣ କରୁଛନ୍ତି ବୋଲି ଚୋପ୍ରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe