ସିଲି ପଏଣ୍ଟ୍‌: କୈଫଙ୍କ କୃଷ୍ଣ ବଂଧୁ

ସିଲି ପଏଣ୍ଟ୍‌: କୈଫଙ୍କ କୃଷ୍ଣ ବଂଧୁ

DNA India

ନୂଆଦିଲ୍ଲୀ: ଭାରତରେ କ୍ରିକେଟ୍‌କୁ କେବଳ ଖେଳ ନୁହେଁ, ଏକ ଧର୍ମର ଆଖ୍ୟା ମିଳିଥାଏ। କ୍ରିକେଟର୍‌ଙ୍କୁ ପ୍ରଶଂସକମାନେ ଈଶ୍ବର ସହ ତୁଳନା କରିଥାନ୍ତି। କିନ୍ତୁ କ୍ରିକେଟ୍‌ ଖେଳାଳିଙ୍କ ମଧ୍ୟରେ ଏଭଳି ଭାବନାର ପରିପ୍ରକାଶ ପ୍ରଶଂସକଙ୍କୁ ଏବେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବ୍ୟାଟସମ୍ୟାନ୍‌ ମହମ୍ମଦ କୈଫ୍‌ ବିଗତ ଦୁଇ ଦିନ ଧରି ଦୁଇଟି କାରଣ ପାଇଁ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି। ରବିବାର ସେ କିଂବଦନ୍ତି ବ୍ୟାଟସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ସହ ଛିଡ଼ା ହୋଇଥିବାର ଏକ ଫଟୋକୁ ଟ୍ବିଟର୍‌ ପୃଷ୍ଠାରେ ଛାଡ଼ିଥିଲେ। କ୍ୟାପ୍‌ସନ୍‌ରେ ଲେଖିଥିଲେ ‘କୃଷ୍ଣଙ୍କ ସହ ମୋ ସୁଦାମା ମୁହୂର୍ତ’। ଏହା ଭାଇରାଲ୍ ‌ହେବା ସହ ବେଶ ପ୍ରଶଂସା ବି ସାଉଁଟିଥିଲା। ସୋମବାର କୈଫ ନିଜ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଏକ ୨୭ ସେକେଣ୍ଡ୍‌ର ଭିଡିଓ ଛାଡ଼ିଥିଲେ। ସେଥିରେ ଜଣେ ମା’ ବୋଲିଂ କରୁଥିବାବେଳେ ୨/୩ ବର୍ଷର ଛୋଟ ପିଲାଟି ବ୍ୟାଟିଂ କରୁଛି। ବ୍ୟସ୍ତବହୁଳ ରାସ୍ତା ବାହାରକୁ ବଲ୍‌କୁ ମାରି ସୀମା ଟପାଇ ଦେଉଛି। ଏଥି ପାଇଁ କୈଫ୍ ଲେଖିଛନ୍ତି ‘କେବଳ ଗୋଟିଏ ଶବ୍ଦ-ଅତି ସୁନ୍ଦର’। ଏହି ଭିଡିଓଟି ମଧ୍ୟ ପ୍ରଶଂସକଙ୍କ ପ୍ରଶଂସାରେ ପୋତି ହୋଇ ଅନେକଙ୍କ ହୃଦୟ ଜିତିଛି। କୈଫଙ୍କ ଉଭୟ ଟ୍ବିଟ୍‌ ଭାରତରେ କ୍ରିକେଟ୍ କେତେ ଲୋକପ୍ରିୟ ବୋଲି ପ୍ରମାଣିତ କରିଛି। ସଚିନ ତେନ୍ଦୁଲକରଙ୍କୁ କୃଷ୍ଣ ଆଖ୍ୟା ଦେବା ଏବଂ ନିଜକୁ ସୁଦାମା ଦର୍ଶାଇ କୈଫ ମଧ୍ୟ ତାଙ୍କ ପୁରାଣ ଜ୍ଞାନ ଓ ଧର୍ମୀୟ ବିଶ୍ବାସର ପରିଚୟ ଦେଇଛନ୍ତି। ପୁରାଣରେ କୃଷ୍ଣ ସୁଦାମା ଘନିଷ୍ଠ ବଂଧୁଭାବେ ପରିଚିତ। କ୍ରିକେଟ୍ ପଡିଆରେ ସଚିନ ଚେନ୍ଦୁଲକର ଏବଂ ଉତ୍ତରପ୍ରଦେଶର ପୂର୍ବତନ ଅଧିନାୟକ ମହମ୍ମଦ କୈଫ ମଧ୍ୟ ଘନିଷ୍ଠ ବଂଧୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe